ଅପରାଧ

ଛତିଶଗଡ଼ର ବିଜାପୁରରେ ଆଇଇଡି ବିସ୍ଫୋରଣରେ ପୁଲିସ କର୍ମଚାରୀ ମୃତ – Kalinga News

[ad_1]

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ବିସ୍ଫୋରକରେ ବିସ୍ଫୋରଣ ଘଟିବା କାରଣରୁ ଛତିଶଗଡ଼ ସଶସ୍ତ୍ର ବାହିନୀର ଜଣେ ହେଡ୍‌ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି।

ନକ୍ସଲ ପ୍ରଭାବିତ ଜିଲ୍ଲାର ମିର୍ତ୍ତୁର ଥାନା ଅନ୍ତର୍ଗତ ବେଚାପାଳ ପଦମପଡ଼ା ଗ୍ରାମ ନିକଟରେ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳେ ସିଏଏଫ୍‌ର ଏକ ଟିମ୍‌ ସଂପୃକ୍ତ ଅଞ୍ଚଳରେ ଚଢ଼ଉ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ରିପୋର୍ଟରୁ ପ୍ରକାଶ, ବେଛାପାଳ ପୁଲିସ କ୍ୟାମ୍ପରୁ କୁଟୁଲପଡ଼ା ଗାଁ ଅଭିମୁଖେ ଯାଇଥିବା ରାସ୍ତାରେ ଆଜି ନକ୍ସଲ ବିରୋଧୀ ଅପରେସନ୍‌ ଆରମ୍ଭ ହୋଇଥିଲା। ପାଟ୍ରୋଲିଂ ଟିମ୍‌ କ୍ୟାମ୍ପ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଯାଉଥିବା ବେଳେ ସିଏଏଫ୍‌ର ୧୯ତମ ବାଟାଲିୟନର ହେଡ୍‌ କନଷ୍ଟେବଳ ରାମ ଆଶିଷ ଯାଦବ ଅଜାଣତରେ ପ୍ରେସର ଆଇଇଡି ସଂଯୋଗ ଉପରେ ପାଦ ଦେଇ ଦେବାରୁ ଏହି ବିସ୍ଫୋରଣ ଘଟିଥିଲା।

ସହିଦ ଯବାନଙ୍କ ମରଶରୀରକୁ ମିର୍ତ୍ତୁର ସ୍ଥାନାନ୍ତର କରାଯାଇଥିବା ବେଳେ ମିର୍ତ୍ତୁର ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button