ଶେଷ ହୋଇଛି ନିର୍ବନ୍ଧ; ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ନାବାଳକ ଓ ନାବାଳିକା – Kalinga News

[ad_1]
ନୂଆଦିଲ୍ଲୀ: ପାକିସ୍ତାନରେ ବାଲ୍ୟବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନରେ ପୁଅମାନଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ବର୍ଷ, କିନ୍ତୁ ଝିଅମାନଙ୍କ ପାଇଁ ଏହା ୧୬ ବର୍ଷ ହୋଇଥିବାବେଳେ ଆନ୍ତର୍ଜାତୀୟ ସ୍ତରରେ ଉଭୟ ଲିଙ୍ଗଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ବୋଲି ବିବେଚନା କରାଯାଏ।

Sambad is now on WhatsApp
Join and get latest news updates delivered to you via WhatsApp
ପୁଅ ଓ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୧୮କରିବା ପାଇଁ ସିନ୍ଧ ପ୍ରଦେଶ ୨୦୧୩ ରେ ଏକ ଆଇନ ପ୍ରଣୟନ କରିଥିଲା, କିନ୍ତୁ ଏହା ସାରା ଦେଶରେ କାର୍ଯ୍ୟକାରୀ ହୋଇ ନଥିଲା।
ଏହି କ୍ରମରେ ଦେଖିବାକୁ ଗଲେ ପାକିସ୍ତାନରେ ବାଲ୍ୟବିବାହ କରିବାକୁ ଯାଉଥିବା ପୁଅ ଓ ଝିଅଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପୁଅର ବୟସ ୧୩ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୨ବର୍ଷ ଥିବା ଜଣାପଡ଼ିଛି।
ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଉଛି। ଉଭୟ ପୁଅ ଓ ଝିଅଙ୍କ ପରିବାରଲୋକ ବି ଏହି ବିବାହରେ ସହମତି ଦେଖାଇଛନ୍ତି। ନିକଟରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ପାକିସ୍ତାନର ଏହି ନାବାଳିକା ଓ ନାବାଳକଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି ବୋଲି କୁହାଯାଉଛି।
[ad_2]