ଜ୍ୟୋତିଷ

ମୃତ୍ୟୁ ପରେ କାହିଁକି ଶବକୁ ଏକୁଟିଆ ଛଡ଼ା ଯାଏ ନାହିଁ? ଜାଣନ୍ତୁ ଏହା ପଛର ରହସ୍ୟ

ଏହି ଧରାପୃଷ୍ଟରେ ଜନ୍ମ ନେଇଥିବା ସମସ୍ତ ପ୍ରାଣୀ ଦିନେ ନା ଦିନେ ନିଶ୍ଚିତ ଭାବରେ ମୃତ୍ୟୁ ବରଣ କରିବେ। ହିନ୍ଦୁ ଧର୍ମରେ ମୃତ୍ୟୁପରେ ଶବ ସତ୍କାର କରିବାର କେତେକ ଖାସ୍ ପ୍ରଥା ରହିଛି। ସୂର୍ଯ୍ୟାସ୍ତ ହେବାପରେ ଶବକୁ ପୋଡ଼ା ଯାଇନଥାଏ। ଏପରି ପରିସ୍ଥିତିରେ ଶବକୁ ଘରେ ରଖା ଯାଇଥାଏ ଏବଂ ସୂର୍ଯ୍ୟୋଦୟ ପରେ ହିଁ ଏହାକୁ ସତ୍କାର କରାଯାଇଥାଏ।

Dead body

ଏପରିକି ଘରେ ରହିଥିବା ଶବକୁ କ୍ଷଣିକ ପାଇଁ ମଧ୍ୟ ଏକା ଛାଡିବା ଉଚିତ ନୁହେଁ। ଗରୁଡ଼ ପୁରାଣ ଅନୁଯାଇ ଶବକୁ ଏକା ଛାଡିଦେବା ଦ୍ୱାରା କୁକୁର ବିଲେଇ ଖାଇଯିବାର ଭୟ ରହିଥାଏ। ଏପରି ହେଲେ ଯମଲୋକରେ ମୃତ ବ୍ୟକ୍ତିଙ୍କର ଆତ୍ମାକୁ ବହୁତ କଷ୍ଟ ସହିବାକୁ ପଡିଥାଏ।

Garud purana

ସେହିପରି ଶବକୁ ଏକା ଛାଡିଦେବା ଦ୍ୱାରା ସେଥିମଧ୍ୟରୁ ଗନ୍ଧ ବାହାରିବାକୁ ଲାଗିଥାଏ। ତେଣୁ ମୃତ୍ୟୁ ଘଟିବା ପରେ ଶବ ଚାରିପଟେ ଧୂପକାଠି ଲଗାଯାଇଥାଏ। ସୂର୍ଯ୍ୟାସ୍ତ ପରେ ଶବ ସତ୍କାର ହେବାଦ୍ୱାରା ଆତ୍ମାଟି ଆରଜନ୍ମରେ ଅସୁର, ଦାନବ ଅଥବା ପିଶାଚର ଯନିରେ ଜନ୍ମ ନେଇଥାଏ। ରାତିରେ ଶବକୁ ଏକା ଛାଡିବା ଦ୍ୱାରା ଏଥିରେ ଦୁଷ୍ଟ ଆତ୍ମା ପ୍ରବେଶ କରିବାର ମଧ୍ୟ ସଙ୍କଟ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button