ମୋରାଦାବାଦରେ ନ୍ୟାୟ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା – Kalinga News

[ad_1]
ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆସନ୍ତା ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେବେ। ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ବାକି ଦିନ ମାନଙ୍କରେ ସେ ସାମିଲ ହେବେ। ପ୍ରିୟଙ୍କା ଉତ୍ତରପ୍ରଦେଶର ଚନ୍ଦୌଲିରେ ନ୍ୟାୟ ଯାତ୍ରାରେ ଯୋଗ ଦେଇଥାନ୍ତେ। କିନ୍ତୁ ସ୍ବାସ୍ଥ୍ୟ ଖରାପ ହୋଇଯିବାରୁ ସେ ନ୍ୟାୟ ଯାତ୍ରାରେ ଯୋଗ ଦେଇ ପାରିଲେନି। ଶନିବାର ମୋରାଦାବାଦରେ ଯାତ୍ରା ଆରମ୍ଭ ହେଲେ ପ୍ରିୟଙ୍କା ଏହି ଯାତ୍ରାରେ ଯୋଗ ଦେବେ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଏହି ଯାତ୍ରାର ଅଂଶବିଶେଷ ହେବେ। କଂଗ୍ରେସ ମଧ୍ୟ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଗ୍ରାରେ ଏହି ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛି। ଶନିବାର ସକାଳେ ମୋରାଦାବାଦରୁ ଯାତ୍ରା ଆରମ୍ଭ ହେବ ଏବଂ ଏହା ସମ୍ଭଲ, ଆଲିଗଡ଼, ହାଥରାସ ଏବଂ ଆଗ୍ରା ଜିଲ୍ଲା ଦେଇ ଗତି କରିବ। ଶେଷରେ ଏହା ରାଜସ୍ଥାନର ଢୋଲପୁରରେ ଶେଷ ହେବ।
[ad_2]