ଦେଶକୁ ବାବା ମୋଦୀଙ୍କର କିଛି ଆବଶ୍ୟକତା ନାହିଁ : ଅୱେସି – Kalinga News

[ad_1]
ନୂଆଦିଲ୍ଲୀ : ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ସମୟରେ ଉଦବୋଧନ ଦେଇ ଏଆଇଏମଆଇଏମ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଅୱେସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି ଯେ ଏହା କ’ଣ କୌଏଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ, ଧର୍ମର ସରକାର ନା’ ସମଗ୍ର ଦେଶର ସରକାର। ଅୱେସି କହିଛନ୍ତି, ଦେଶକୁ ବାବା ମୋଦୀଙ୍କର କୌଣସି ଆବଶ୍ୟକତା ନାହିଁ। ରାମ ମନ୍ଦିର ଏବଂ ଜାନୁଆରି ୨୨ ପ୍ରାଣ ପ୍ରତିଷ୍ଠା ଉତ୍ସବ ସଂକ୍ରାନ୍ତରେ ସଂସଦରେ ଆଲୋଚନା ସମୟରୋ ଅୱେସି ଏହି ଟିପ୍ପଣୀ ଦେଇଛନ୍ତି। ଅୱେସି କହିଛନ୍ତି, ଭାରତ ସରକାରଙ୍କର କୌଣସି ଧର୍ମ ଅଛି କି। ମୁଁ ବିଶ୍ବାସ କରୁଛି ଯେ ଦେଶର କୌଣସି ଧର୍ମ ନାହିଁ। ତେବେ ଜାନୁଆରି ୨୨ରେ ଗୋଟିଏ ଧର୍ମ ଅନ୍ୟ ଧର୍ମ ଉପରେ ବିଜୟୀ ହୋଇଛି ବୋଲି ସରକାର ବାର୍ତ୍ତା ଦେବାକୁ ଚାହିଛନ୍ତି। ତେବେ ଦେଶର ୧୭ କୋଟି ମୁସଲମାନଙ୍କୁ କେଉଁ ବାର୍ତ୍ତା ଦେବାକୁ ତୁମେ ଚାହୁଛ। ଅୱେସି କହିଛନ୍ତି, ମୁଁ ପ୍ରଭୁ ଶ୍ରୀରାମଙ୍କୁ ସମ୍ମାନ କରେ। କିନ୍ତୁ ନାଥୁରାମ ଗଡ଼ସେଙ୍କୁ ଘୃଣା କରେ। କାରଣ ତାଙ୍କର ଶେଷ କଥା ଥିଲା ‘ହେ ରାମ’।
[ad_2]