ମନୋରଞ୍ଜନ

ଋତୁରାଜଙ୍କ ମୃତ୍ୟୁ ଖବର ଶୁଣି ବରୁଣ ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ହୃଦଘାତ‌ରେ ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଅଭିନେତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହଠାତ ଅଭିନେତାଙ୍କ ଏଭଳି ମୃତ୍ୟୁକୁ ନେଇ ବଲିଉଡର ସମସ୍ତ କଳାକାର ସ୍ବବ୍ଧ ହୋଇଯାଇଛନ୍ତି।

ଏହି ଦୁଃଖଦ ଘଟଣାକୁ ନେଇ ଅଭିନେତା ବରୁଣ ଧାୱନ କହିଛନ୍ତି, ‘ଶ୍ରଦ୍ଧାଞ୍ଜଳି ଋତୁରାଜ ସିଂହ ସାର। ‘ବଦ୍ରିନାଥ କି ଦୁଲହନିଆ’ରେ ଆପଣ ମୋ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ଆପଣଙ୍କ ସହିତ କାମ କରିବାର ଅନୁଭବ ନିଆରା। କିଛିଦିନ ପୂର୍ବରୁ ‘ବେବି ଜାନ’ ସେଟରେ ଆମର ଭେଟ ହୋଇଥିଲା। ଆମେ ଏଥିରେ ଏକାଠି କାମ କରିବାର ଥିଲା। ସିନେମାକୁ ନେଇ ଅନେକ ଆଲୋଚନା ବି ବାକି ରହିଥିଲା। କିନ୍ତୁ ଆପଣ ଏମିତି ହଠାତ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବା ଠିକ ହେଲା ନାହିଁ ସାର। ଓମ ଶାନ୍ତି।’

ଋତୁରାଜ ସିଂହଙ୍କ କର୍ମମୟ ଜୀବନ କଥା କହିବାକୁ ଗଲେ ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍,  ଅଦାଲତ’, ‘ଦିୟା ଅର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ଅମିତ ଭେଲ ଅଭିନେତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି ଏକ ମନୋରଞ୍ଜନଧର୍ମୀ ପୋର୍ଟାଲକୁ କହିଛନ୍ତି ଯେ, ହୃଦ୍‌ଘାତ ହେତୁ ଋତୁରାଜଙ୍କର ଦେହାନ୍ତ ହୋଇଛି। ଅଗ୍ନାଶୟ ରୋଗର ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ହୃଦଘାତ ହେବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button