ଦେଶ- ବିଦେଶ

ଭାରତ ଯୋଡ଼ୋ ନ୍ଯାୟ ଯାତ୍ରାରେ ଯୋଗଦେବାକୁ ଅଖିଳେଶଙ୍କ ସର୍ତ୍ତ – Kalinga News

[ad_1]

ଲକ୍ଷ୍ନୌ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଏବେ ଉତ୍ତରପ୍ରଦେଶ ପ୍ରବେଶ କରିଛି। ତେବେ କଂଗ୍ରେସର ମେଣ୍ଟ ସହଯୋଗୀ ସପା (ସମାଜବାଦୀ ପାର୍ଟି) )ସୁପ୍ରିମୋ ଅଖିଳେଶ ଯାଦବ ସୋମବାର କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ହିଁ ତାଙ୍କ ଦଳ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେବ। ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି। ଆସନ ବୁଝାମଣା ଶେଷ ହେବାପରେ ସମାଜବାଦୀ ପାର୍ଟି ସେମାନଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେବ ବୋଲି ଅଖିଳେଶ କହିଛନ୍ତି। ଏହା ପୂର୍ବରୁ ଯାଦବ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଥିଲେ ଯେ ରାହୁଲ ଗାନ୍ଧୀ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ଓ ଆସନ ପାଇଁ ଜିଦ୍ ଧରିଛନ୍ତି, ଯାହା ଫଳରେ ଆସନ ବୁଝାମଣା ପ୍ରକ୍ରିୟାରେ ବିଳମ୍ବ ହେଉଛି। ବର୍ତ୍ତମାନ ଅଖିଳେଶ, ରାହୁଲ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ ଆସନ ଭାଗବଣ୍ଟା ଛିଣ୍ଡି ପାରୁନି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button