ଦେଶ- ବିଦେଶ

ଆମେରିକାନ୍‌ ଡେ’ ପରେଡ୍‌ ବେଳେ ଫୁଟିଲା ଗୁଳି, ୨ ମୃତ

ମେରିକାରେ ପୁଣି ଫୁଟିଲା ଗୁଳି। ନ୍ୟୁୟର୍କ ସିଟିରେ ପଶ୍ଚିମ ଭାରତୀୟ ଆମେରିକୀୟ ଡେ’ ପରେଡ୍ ବେଳେ ଗୁଳିମାଡ଼ ହୋଇଛି। କାରିବିଆନ୍ ସଂସ୍କୃତିର ବାର୍ଷିକ ଉତ୍ସବରେ ହିଂସାର ଏହା ହେଉଛି ସଦ୍ୟତମ ଉଦାହରଣ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁରତ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନ୍ୟୁୟର୍କ ପୁଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପରେଡ୍ ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ ଏହା ଭିତରକୁ ମାଡି ଆସିଥିଲା।

ଏହାପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଟାର୍ଗେଟ୍ କରି ବ୍ରୁକଲିନ୍ର ପରେଡ୍ ମାର୍ଗରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଗୁଳିମାଡ଼ କରିଥିଲା। ଏହି ଘଟଣାରେ ୫ ଜଣ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି।

ଅନୁଯାୟୀ, ଏହି ପରେଡ ଅନେକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା। ହଜାର ହଜାର ଲୋକ ଏହାକୁ ଉପଭୋଗ କରୁଥିଲେ ଏବଂ ହଜାର ହଜାର ଲୋକ ସହରର ମୁଖ୍ୟ ରାସ୍ତା ଇଷ୍ଟର୍ଣ୍ଣ ପାର୍କୱେରେ ନାଚୁ ଗୀତରେ ମସଗୁଲ ଥିଲେ ଏବଂ ପଦଯାତ୍ରା କରିଥିଲେ। ଆଶା ଥିଲା ଯେ ଏହି କାର୍ଯ୍ୟକ୍ରମ ରାତି ପର୍ଯ୍ୟନ୍ତ ଏହିପରି ଜାରି ରହିବ। କିନ୍ତୁ ଗୁଳିମାଡ଼ ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲେ। ଲୋକେ ପରେଡ୍ ଛାଡି ଜୀବନ ବିକଳରେ ଦୌଡି ପଳାଇଥିଲେ।

ନ୍ୟୁୟର୍କ ପୁଲିସର ସୂଚନା ଅନୁଯାୟୀ ପରେଡ ମାର୍ଗକୁ ସିଲ୍ କରାଯାଇ ତନାଘନା ଜାରି ରହିଛି। ଅଭିଯୁକ୍ତ ବନ୍ଧୁକଧାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ତଲାସି ଜାରି ରହିଛି। ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ ମଧ୍ୟ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button