ରାଜନୀତି

ଝାଡ଼ଖଣ୍ଡ ସରକାର ପାଇଁ ନୂଆ ସଙ୍କଟ: କଂଗ୍ରେସର ୧୨ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀ ଯିବେ – Kalinga News

[ad_1]

ରାଞ୍ଚି: ଝାଡ଼ଖଣ୍ଡ ସରକାର ପାଇଁ ଏବେ ଆଉ ଏକ ନୂଆ ସଙ୍କଟ ଆସିଛି। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଚମ୍ପାଇ ସୋରେନ ସରକାର ପାଇଁ କଂଗ୍ରେସ ବିଧାୟକମାନେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଅନେକ କଂଗ୍ରେସ ବିଧାୟକ ମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିବାରୁ ସରକାର ବିରୋଧରେ ସେମାନେ ବିଦ୍ରୋହ ଘୋଷଣା କରିଛନ୍ତି। ୧୨ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ନିଜର ମତ ରଖିବେ ବୋଲି ଆଜି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ୧୨ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ କଂଗ୍ରେସରେ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳର ଶୀର୍ଷ ନେତୃତ୍ୱ ଏହି ବିଧାୟକମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ପାଇଁ ଅଧିକ ସମୟ ନଥିବାରୁ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇନଥିଲା ଏବଂ ଆଗକୁ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବେ ହୋଇପାରିବ ନାହିଁ ବୋଲି କୁହାଯାଇଛି । ତେବେ ୧୨ ବିଧାୟକ ଏବେ ସରକାର ଉପରେ ଯେଭଳି ଚାପ ପକାଉଛନ୍ତି ତାହା ପୁଣି ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା ରହିଛି। କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ କହିଛନ୍ତି, ଆମ ଟିମ୍‌ରେ ୧୨ ଜଣ ଅଛନ୍ତି ଏବଂ ଆମେ ଦଳର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button