ମନୋରଞ୍ଜନ

ବୁଢା ମଉସାଙ୍କଠାରୁ ୨୦ଟଙ୍କାରେ ପାନିଆ କିଣି ମନ କିଣିଲେ ଅନୁପମ – Kalinga News

[ad_1]

ମୁମ୍ବାଇ: ସବୁବେଳେ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା ଅନୁପମ ଖେର | ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିବା ବେଳେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି | ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁପମ ଏବେ ଜଣେ ବୁଢା ମଉସାଙ୍କଠାରୁ ପାନିଆ କିଣି ଚର୍ଚ୍ଚାକୁ ଆସିଛନ୍ତି | ମୁଣ୍ଡରେ କେଶ ନଥାଇ ବି ସେ ପାନିଆ କିଣିଥିବାରୁ ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି |

ପାନିଆ କିଣିବା ସମୟର ଭିଡିଓ ଇନଷ୍ଟାରେ ସେୟାର କରି ଅନୁପମ ଲେଖିଛନ୍ତି, ରାଜୁ ମୁମ୍ବାଇର ରାସ୍ତାରେ ପାନିଆ ବିକ୍ରି କରନ୍ତି! ଯେହେତୁ ମୋ ମୁଣ୍ଡରେ କେଶ ନାହିଁ ତେଣୁ ମୋତେ ପାନିଆ ଦରକାର ପଡେ ନାହିଁ | କିନ୍ତୁ ରାଜୁର ଜନ୍ମଦିନ ଥିବାରୁ ମୁଁ ପାନିଆ କିଣିବାକୁ ଚିନ୍ତା କଲି | ଏଭଳି କଲେ ତାଙ୍କ ଦିନର ଆରମ୍ଭ ଭଲ ହେବ ବୋଲି ଭାବି ମୁଁ ୨୦ଟଙ୍କିଆ ପାନିଆ କିଣିଲି | ତାଙ୍କର ହସ ପ୍ରେରଣାଦାୟକ ଥିଲା! ଯଦି ଆପଣ ତାଙ୍କୁ କେବେ ଦେଖିବେ ତେବେ ଦୟାକରି ତାଙ୍କଠାରୁ ପାନିଆ କିଣିବେ |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button