ମନୋରଞ୍ଜନ

ମଝି ଆକାଶରେ ଥିବା ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି‌ ଆସିଲି; ରଶ୍ମିକା – Kalinga News

[ad_1]

ମୁମ୍ବାଇ: ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରଶ୍ମିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖି ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ମନ୍ଦାନା ସୁରକ୍ଷିତ ଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୋଷ୍ଟ ସେୟାର କରି ରଶ୍ମିକା ମନ୍ଦାନା ଲେଖିଛନ୍ତି,‘ ମୋ ସହିତ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥିରେ ମୁଁ ମୃତ୍ୟୁ ମୁଖରୁ ଫେରି ଆସିଛି କହିଲେ ଭୁଲ ହେବନାହିଁ। ’

ସୂଚନାଯୋଗ୍ୟ, ଯେଉଁ ବିମାନରେ ରଶ୍ମିକା ମନ୍ଦାନା ଯାତ୍ରା କରୁଥିଲେ, ଉକ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ରଶ୍ମିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ । ଯେଉଁଠାରେ ସେ ତାଙ୍କ ସିଟରେ ବସିଥିବାର ନଜର ଆସୁଛନ୍ତି।

ଏହି ଫଟୋକୁ ସେୟାର କରି ରଶ୍ମିକା ଲେଖିଛନ୍ତି, ‘କେବଳ ଏକ ସୂଚନା ଯେ ଏଭଳି ଭାବେ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇଛୁ ..।.’ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ରଶ୍ମିକାଙ୍କ ସହ ଫଟୋରେ ନଜର ଆସିଛନ୍ତି।

Rashmika Mandanna की फ्लाइट की हुई इमरजेंसी लैंडिंग, एक्ट्रेस बोलीं- ऐसे मौत के मुंह से बच निकलीं

ସୂଚନାଯୋଗ୍ୟ, ଅଭିନେତ୍ରୀ ବସି ଯାତ୍ରା କରୁଥିବା ବିମାନ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରା ଯାଇଥିଲା। ସୌଭାଗ୍ୟବଶତଃ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇନାହାଁନ୍ତି।

ଅଭିନୟ ଜୀବନ କଥା କହିବାକୁ ଗଲେ ରଶ୍ମିକାଙ୍କୁ ‘ପୁଷ୍ପା ୨’ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟରେ ରିଲିଜ ହେବ । ‘ପୁଷ୍ପା ୨’ ସିନେମାରେ ପ୍ରଥମ ଭାଗ ପରି ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ନଜର ଆସିବେ। ଏମାନଙ୍କ ବ୍ୟତୀତ ଏଥିରେ ଫହାଦ୍ ଫସିଲ, ସୁନୀଲ, ପ୍ରକାଶ ରାଜ, ଜଗପତି ବାବୁ, ଅନୁସୁଆ ଭରଦ୍ୱାଜ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button