ଦେଶ- ବିଦେଶ
ତେଲେଙ୍ଗାନାରେ ୨୧ ବୁଲା କୁକୁରଙ୍କୁ ଗୁଳି କରି ମାରିଦେଲେ, ତଦନ୍ତ ଆରମ୍ଭ କଲା ପୁଲିସ – Kalinga News

[ad_1]
ନୂଆଦିଲ୍ଲୀ : ତେଲେଙ୍ଗାନାର ଏକ ଗାଁରେ ୨୧ ବୁଲା କୁକୁରଙ୍କୁ ଗୁଳି କରି କିଛି ଲୋକ ମାରିଦେଇଛନ୍ତି। ଉକ୍ତ ଘଟଣାରେ ଅସ୍ତ୍ର ଆଇନ ଏବଂ ପଶୁପକ୍ଷୀ ନିର୍ଯାତନା ଆଇନ ଅଧୀନରେ ଏତଲା ରୁଜୁ ହୋଇଛି। କିନ୍ତୁ ଘଟଣାରେ କୌଣସି ସନ୍ଦିଗ୍ଧଙ୍କୁ ଏଯାବତ ଚିହ୍ନଟ କରାଯାଇନି। ମହାବୁବନଗର ଜିଲ୍ଲାର ପୁନ୍ନାକଲ ଗ୍ରାମରେ ଏହି ଘଟଣା ଘଟିଛି। ଜାତୀୟ ରାଜପଥଠାରୁ ମାତ୍ର ୨ କିମି ଦୂରରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ଅନ୍ୟ କିଛି ବୁଲା କୁକୁର ମଧ୍ୟ ଆହତ ହୋଇଛନ୍ତି। ପଶୁପାଳନ ବିଭାଗ ମୃତ କୁକୁରମାନଙ୍କର ବ୍ୟବଚ୍ଛେଦ କରିଛନ୍ତି। ତେବେ ଅଦ୍ଦକଲ ପୁଲିସ ଏସଆଇ ଶ୍ରୀନିବାସ କହିଛନ୍ତି, କୁକୁରମାନଙ୍କୁ ବିଷ ଦେଇ ସେମାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ଗ୍ରାମ ଏବଂ ନିକଟସ୍ଥ ରାଜପଥରେ ସିସିଟିଭି ନଥିବାରୁ ତଦନ୍ତ ପ୍ରକ୍ରିୟା ଜଟିଳ ହୋଇଛି। ଉକ୍ତ ଘଟଣା ପଛର ଉଦ୍ଦେଶ୍ୟ କ’ଣ ଜଣାପଡ଼ିନି।
[ad_2]