ଇଣ୍ଡିଆ ମେଣ୍ଟ ଶେଷ ହୋଇ ସାରିଛି , ଆରମ୍ଭରୁ ଏହି ନାଁକୁ ମୁଁ ବିରୋଧ କରିଥିଲି : ନୀତୀଶ କୁମାର – Kalinga News

[ad_1]
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ମେଣ୍ଟକୁ ଫେରିବାପରେ ଏବେ ଇଣ୍ଡିଆ ମେଣ୍ଟ ବିରୋଧରେ ଟିପ୍ପଣୀ ଦେବା ଆରମ୍ଭ କଲେଣି। ଇଣ୍ଡିଆ ମେଣ୍ଟ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ନୀତୀଶ କହିଛନ୍ତି, ସେ ‘ଇଣ୍ଡିଆ’ ମେଣ୍ଟର ନାଁ ସପକ୍ଷରେ ନଥିଲେ। ସେ କହିଛନ୍ତି, ଇଣ୍ଡିଆ ମେଣ୍ଟ ଶେଷ ହୋଇସାରିଛି ଏବଂ ସେ ଲୋକଙ୍କ ମଙ୍ଗଳ ପାଇଁ କାମ କରୁଥିଲେ। ନୀତୀଶ କହିଛନ୍ତି, ମୁଁ ମୋର ସାଧ୍ୟ ମତେ କାମ କରୁଛି। ମେଣ୍ଟ ପାଇଁ ଏହି ନାଁ ସପକ୍ଷରେ ମୁଁ ନଥିଲି। କାରଣ ମୋ ମୁଣ୍ଡରେ ଅନ୍ୟ କିଛି ଥିଲା । ମେଣ୍ଟ କେବେଠୁ ଶେଷ ହୋଇସାରିଛି। ଏବେ ମୁଁ ବିହାରର ଲୋକଙ୍କ ପାଇଁ କାମ କରୁଛି ଏବଂ କାମ କରିବା ଜାରି ରଖିବି। ଏନସି (ନେସନାଲ କନଫରେନ୍ସ) ମୁଖ୍ୟ ଫାରୁକ ଅବଦୁଲ୍ଲା ଏବଂ ଆରଏଲଡି ମୁଖ୍ୟ ଜୟନ୍ତ ସିଂହ ଇଣ୍ଡିଆ ମେଣ୍ଟରୁ ଦୂରେଇ ଯିବାପରେ ନୀତୀଶ ଏହି ଟିପ୍ପଣୀ ଦେଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ‘ଦ୍ବାର ଖୋଲା’ ଟିପ୍ପଣୀ ସଂକ୍ରାନ୍ତରେ ନୀତୀଶ କହିଛନ୍ତି, କିଏ କ’ଣ କହୁଛି ଚିନ୍ତା କରନା। କିଛି ବି ଠିକ୍ ଚାଲିନାହିଁ। ସେଥିପାଇଁ ମୁଁ ସେମାନଙ୍କୁ (ଆରଜେଡି) ଛାଡ଼ିଲି। ଉଲ୍ଲେଖଯୋଗ୍ୟ ଯେ ଲାଲୁ ପ୍ରସାଦ ଶୁକ୍ରବାର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଦ୍ବାର ସବୁବେଳେ ଖୋଲା।
[ad_2]