ଅପରାଧ

ଶ୍ରୀରାମଙ୍କ ମନ୍ଦିରକୁ ବୋମାରେ ଉଡ଼ାଇ ଦେବି ଲେଖାଥିବା ଚିଠି ଜବତ କଲା ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ରାମମନ୍ଦିର ଓ ବଖସିର ତାଲାବ ପୁଲିସ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଉତ୍ତରପ୍ରଦେଶ ପୁଲିସକୁ ଏହି ଚିଠି ସୀତାପୁର ରୋଡସ୍ଥିତ ପାଲ ରେସ୍ତୋରାଁ ନିକଟରୁ ମିଳିଛି। ଏଥିରେ ଦୁଇଟି ନାମ ଉଲ୍ଲେଖ ଥିବା ବେଳେ ଜଣେ ମହିଳାଙ୍କ ଫୋନ ନମ୍ବର ନାମ ରହିଥିବା ଜଣାପଡ଼ିଛି। ଏଥିସହିତ ଚିଠିରେ ‘ଶ୍ରୀରାମଙ୍କ ମନ୍ଦିର ଓ ବଖସିର ତାଲାବ ପୁଲିସ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବି’ ବୋଲି ଲେଖାହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି। କାରଣ ଏହା ପୂର୍ବରୁ ବି ଏମିତି ଚିଠି କିଛିଟା ସ୍ଥାନରୁ ଜବତ କରାଯାଇଛି। ଜବତ ହୋଇଥିବା ଚିଠିରେ ସମାନ  ମହିଳାଙ୍କ  ଫୋନ ନମ୍ବର ରହିଥିବା ଦେଖିବ‌ାକୁ ମିଳୁଛି। ଏହି ଚିଠିକୁ ନେଇ କୌଣସି ମାମଲା ରୁଜୁ ହୋଇ ନଥିବା ‌ବେଳେ ନୂଆ ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ପୁଲିସ ଏହା ବି ସନ୍ଦେହ କରୁଛି କି, ହୋଇପାରେ କେହିଜଣେ ମହିଳାଙ୍କୁ ଅପମାନିତ କରିବା ପାଇଁ ଏପରି କରିଥାଇପାରନ୍ତି। ତେବେ ଏହି ଚିଠି କିଏ ଲେଖିଛୁ ଓ ଫିଙ୍ଗୁଛି ସେନେଇ ତଦନ୍ତ ଚାଲିଛି। ଏଥିସହିତ ଚିଠି ମିଳିଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button