ଦେଶ- ବିଦେଶ

ବିହାରରେ ରାହୁଲଙ୍କ ଜିପ୍ ଯାତ୍ରା, ଡ୍ରାଇଭର ସିଟରେ ତେଜସ୍ବୀ – Kalinga News

[ad_1]

ନୂଆଦିଲ୍ଲୀ : ବିହାରର ସାସାରାମରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଯୋଗ ଦେଇଛନ୍ତି। ଯାତ୍ରା ବିହାରରେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଜି ସନ୍ଧ୍ୟାରେ ଏହା ଉତ୍ତରପ୍ରଦେଶ ପ୍ରବେଶ କରିବ। ରାହୁଲ ଆଜି ଜିପରେ ବସି ସାସାରାମ ବୁଲୁଥିବାବେଳେ ଜିପର ଡ୍ରାଇଭର ସିଟରେ ବସିଥିଲେ ତେଜସ୍ବୀ ଯାଦବ। ଗାଡ଼ିରେ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିଲେ। ପରେ ରାହୁଲ ଏବଂ ତେଜସ୍ବୀ ଏକାଠି ଏକ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ବସିଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ସହ ସମ୍ପର୍କ ଚ୍ଛିନ୍ନ କରିବା ପରେ ପ୍ରଥମ ଥର ପାଇଁ ତେଜସ୍ବୀ ରାହୁଲଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନୀତୀଶ ଇଣ୍ଡିଆ ମେଣ୍ଟ ଛାଡ଼ି ଏନଡିଏ ମେଣ୍ଟରେ ଯୋଗ ଦେବାପରେ ରାହୁଲ ବିହାରରେ ତାଙ୍କ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏଥିରେ ଯୋଗ ଦେବେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button