ଖେଳ ଖବର
୩ୟ ଟେଷ୍ଟ: ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଶତକ, ପ୍ରଥମ ଦିନରେ ଭାରତ ୩୨୬/୫ – Kalinga News

[ad_1]
ରାଜକୋଟ: ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୧୧୦ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି କୂଳଦୀପ ଯାଦବ । ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।
[ad_2]