ଦେଶ- ବିଦେଶ

କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ପରିବାରରୁ ୪ ଜଣଙ୍କ ମୃତ୍ୟୁ, ପିସ୍ତଲ ଓ ଗୁଳି ଜବତ – Kalinga News

[ad_1]

ୱାସିଂଟନ: ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା କେରଳର ଏକ ଭାରତୀୟ ବଂଶୋଦ୍ଭବ ପରିବାରର ୪ ଜଣ ସଦସ୍ୟଙ୍କର ସେମାନଙ୍କ ବାସଭବନରେ ମୃତ୍ୟୁ ହୋଇଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡ଼ିନି। ମୃତକମାନେ ହେଲେ ଆନନ୍ଦ ସୁଜିତ ହେନରୀ (୪୨), ତାଙ୍କ ପତ୍ନୀ ଆଲିସ୍ ପ୍ରିୟଙ୍କା (୪୦) ଏବଂ ସେମାନଙ୍କ ଯାଆଁଳା ସନ୍ତାନ ନୋଆ ଓ ନେତାନ୍ (୪)। ପୁଲିସ ଅନୁଯାୟୀ, ବନ୍ଧୁକ ଗୁଳିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ ଏକ ୯ଏମ୍ଏମ୍ ପିସ୍ତଲ ଓ କେତେକ ଗୁଳି ଜବତ ହୋଇଛି। ପୁଲିସ ଏହି ଘଟଣାକୁ ସମ୍ଭାବ୍ୟ ହତ୍ୟା-ଆତ୍ମହତ୍ୟା ବୋଲି ଅନୁମାନ କରୁଛି। ପରିବାରର ସମ୍ପର୍କୀୟ ଲୋକେ ପ୍ରଥମେ ଏୟାର କଣ୍ଡିସନର କିମ୍ବା ହିଟରରୁ କାର୍ବନ ମନୋକ୍ସାଇଡ୍ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲେ, କାରଣ ସେମାନେ ମୁଣ୍ଡବିନ୍ଧା ଓ ବାନ୍ତି ହେଉଥିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ। ତେବେ ଘରେ ଗ୍ୟାସ୍ ଲିକ୍ ହେବାନେଇ କୌଣସି ପ୍ରମାଣ ପୁଲିସ ପାଇନାହିଁ। ଆନନ୍ଦ ଓ ଆଲିସ୍ ଉଭୟ ଆଇଟି ବୃତ୍ତିଧାରୀ। ସେମାନେ ଗତ ୯ ବର୍ଷ ଧରି ଆମେରିକାରେ ରହୁଥିଲେ। ଆନନ୍ଦ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ ଏବଂ ଆଲିସ୍ ଜଣେ ବରିଷ୍ଠ ବିଶ୍ଳେଷକ ଥିଲେ। ସେମାନେ ଦୁଇବର୍ଷ ତଳେ ନ୍ୟୁଜର୍ସିରୁ ସାନ୍ ମାଟେଓ କାଉଣ୍ଟିକୁ ଚାଲି ଆସିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button