ରାଜ୍ୟ

Wall collapses: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ୩ ବର୍ଷର ଶିଶୁ ମୃତ

ଲଗାଣ ବର୍ଷା ନେଲା ନିଷ୍ପାପ ଶିଶୁର ଜୀବନ । ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୋବିନ୍ଦପୁର ନ୍ୟୁ କଲୋନୀର ଦୁଃଖଦ ଘଟଣା । ମୃତ ଶିଶୁ ହେଲେ କୋଲାବିରା ବ୍ଲକ ପୁଖରାସାଲେ ପଞ୍ଚାୟତ ଗହମାପାଲି ଗାଁର ବିବେକ ଖର୍ଶେଲଙ୍କ ପୁଅ ରାଜବିର ଖର୍ଶେଲ । ବିବେକ ଝାରସୁଗୁଡ଼ାରେ କାମ କରୁଥିବାରୁ ତାଙ୍କ ପତ୍ନୀ ରଞ୍ଜୁଲତା ଶିଶୁ ସହ ଗୋବିନ୍ଦପୁର ନ୍ୟୁ କଲୋନୀରେ ଭଡ଼ାରେ ରହୁଥିଲେ । ଗତକାଲି ଲଗାଣ ବର୍ଷା ହେଉଥିବା ବେଳେ ହଠାତ୍ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘର ଭିତରେ ଥିବା ୩ ବର୍ଷର ରାଜବୀର କାନ୍ଥ ତଳେ ଚାପି ଯାଇଥିଲେ। ପ୍ରାୟ ୪୫ ମିନିଟର ଉଦ୍ୟମ ପରେ ଶିଶୁଟିକୁ କାନ୍ଥ ତଳୁ ଉଦ୍ଧାର କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ରାଜବିରଙ୍କୁ ମୃତ ଘୋଷଣା କରାଯାଇଛି । ଏପଟେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button