ଆସ୍ଥାଭୋଟରେ ଜିତିଲେ ନୀତୀଶ ସରକାର, ସପକ୍ଷରେ ୧୨୯ଟି ଭୋଟ, ବିରୋଧୀଙ୍କ କକ୍ଷତ୍ୟାଗ – Kalinga News
[ad_1]
ପଟନା: ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତୀଶ କୁମାର । ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା । ବିପକ୍ଷରେ କୌଣସି ଭୋଟ ନ ପଡ଼ିବାର କାରଣ ହେଉଛି ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । କେବଳ ଏତିକି ନୁହେଁ, ୩ ଜଣ ଆରଜେଡି ବିଧାୟକ କ୍ରସଭୋଟିଂ କରିଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆସ୍ଥାଭୋଟ ପୂର୍ବରୁ ନୀତୀଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରି କହିଥିଲେ ଯେ ଆମେ ସେମାନଙ୍କୁ ସମ୍ମାନ ଦେଇଥିଲୁ ଏବଂ ଆମେ ଜାଣିବାକୁ ପାଇଲୁ ଯେ ଏହି ଲୋକମାନେ ଦୁର୍ନୀତି କରୁଥିଲେ … ବିଜେପି କେବେ ବି ଏପରି କରେନାହିଁ। ସେମାନେ ସମସ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ। ଆମେ ଏହାର ଯାଞ୍ଚ କରିବୁ । ଟଙ୍କା କେଉଁଠୁ ଆସିଲା, ଆମେ ସମସ୍ତଙ୍କର ତଦନ୍ତ କରିବୁ। ଆପଣଙ୍କ ଦଳ ଠିକ୍ କାମ କରୁନାହିଁ। ଯେତେବେଳେ ଆପଣଙ୍କର ସମସ୍ୟା ଥାଏ ସେତେବେଳେ ଆମକୁ ଦେଖା କରନ୍ତୁ । ଆମେ ଆପଣଙ୍କ କାମ କରିବୁ। ଆମେ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ। ଆମେ ତିନିଜଣ ସବୁବେଳେ ଏକାଠି ରହିବୁ।
ପୂର୍ବରୁ ଗୃହରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଥିଲେ ଯେ ଆମେ ଲାଲୁଜୀଙ୍କ ପୁଅ, ଆମେ ଏସବୁକୁ ଭୟ କରୁନାହୁଁ, ଆମେ ଲଢ଼େଇ କରିଥାଉ। ଗତ ୧୭ ମାସ ମଧ୍ୟରେ ହୋଇଥିବା କାମର ଶ୍ରେୟ ଆମେ କାହିଁକି ନ ନେବୁ ? ସମୟ ଆସିଲେ ତେଜସ୍ୱୀ ଫେରିବ । ବିହାରକୁ ଆଗକୁ ନେବା ପାଇଁ ଆମେ ଯୁବକମାନଙ୍କୁ ଆଗେଇ ନେଉଛୁ ।
[ad_2]