ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ପତ୍ନୀ ଗୌରୀଙ୍କୁ ଏହି ଉପହାର ଦେଇଥିଲେ ଶାହରୁଖ୍ – Kalinga News

[ad_1]
ମୁମ୍ବାଇ: ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। କାଲି ଛାଡ଼ି ପହରିଦିନ ଅର୍ଥାତ ଫେବ୍ରୁଆରି ୧୪ ତାରିଖ ହେଉଛି ଭାଲେଣ୍ଟାଇନ୍ସ ଡେ। ଏହି ଦିନ ପାଇଁ ପ୍ରେମୀମାନେ ସ୍ବତନ୍ତ୍ର ଯୋଜନା ସବୁ କରିଥାନ୍ତି। କେହି ସୁନ୍ଦର ଉପହାର ଦେଇ ନିଜ ସାଥୀଙ୍କ ମନ ଖୁସି କରାଇଥାନ୍ତି ତ ପୁଣି କେହି ସର୍ପ୍ରାଇଜ୍ ଦେଇଥାନ୍ତି। ଆପଣଙ୍କର ଜାଣିବାକୁ ନିଶ୍ଚୟ ଇଛା ହେଉଥିବ ଯେ ବଲିଉଡ୍ କଳାକାରମାନେ ସେମାନଙ୍କ ଭାଲେଣ୍ଟାଇନ୍କୁ କିପରି ଉପହାର ଦିଅନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଆମେ ଆଜି କଥା ହେବା ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ଙ୍କ ବିଷୟରେ। ଆପଣ ଜାଣିବାକୁ ଚାହାନ୍ତି କି ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ଶାହାରୁଖ୍ ତାଙ୍କ ପତ୍ନୀ ଗୌରୀ ଖାନ୍ଙ୍କୁ କେଉଁ ଉପହାର ଦେଇଥିଲେ?
ସୋସିଆଲ୍ ମିଡିଆରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଶାହାରୁଖ୍ ଲେଖିଛନ୍ତି, ‘‘ଯଦି ମୁଁ ଠିକ୍ ଭାବେ ମନେ କରିପାରୁଛି ତ, କାରଣ ଏବେ ୩୪ ବର୍ଷ ହୋଇଗଲାଣି। ଏକ ଗୋଲାପୀ ରଂଗର ପ୍ଲାଷ୍ଟିକ୍ କାନଫୁଲ ଦେଇଥିଲି।’’
ଶାହାରୁଖ୍ ‘ଆପ୍କୀ ଅଦାଲତ’ରେ ଗୌରୀ ଖାନ୍ଙ୍କୁ ହିଁ ତାଙ୍କର ପ୍ରଥମ ‘କ୍ରସ୍’ ବୋଲି କହିଥିଲେ। ଶାହରୁଖ୍ଙ୍କ କହିବା ମୁତାବକ, ତାଙ୍କୁ ୧୮ ବର୍ଷ ଓ ଗୌରୀଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସେଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା। ଗୌରୀ ପ୍ରଥମ ଝିଅ ଥିଲେ, ଯିଏ ତାଙ୍କ ସହ ୩ ସେକେଣ୍ଡ୍ରୁ ଅଧିକ କଥା ହୋଇଥିଲେ। ଗୌରୀଙ୍କୁ ଦେଖିବା ମାତ୍ରକେ ହିଁ କିଙ୍ଗ୍ଖାନ୍ ସ୍ବତନ୍ତ୍ର ଅନୁଭବ କରିଥିଲେ ବୋଲି ‘ଆପ୍ କୀ ଅଦାଲତ୍’ରେ ସ୍ବୀକାର କରି ସାରିଛନ୍ତି।
[ad_2]