ଅପରାଧ

କାର୍ ବିକିବାକୁ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଚୁନା ଲଗାଉଥିଲେ ଦୁଇ ଠକ, ପୁଲିସରେ ଜିମା ଦେଲେ ଲୋକେ – Kalinga News

[ad_1]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଠକ ଗ୍ୟାଙ୍ଗ୍‌ ‘ବଣ୍ଟି ଓ ବବଲୀ’ ଯୋଡ଼ି ମାତିଛନ୍ତି। ଓଏଲ୍‌ଏକ୍ସରେ କାର୍ ବିକିବାକୁ ବିଜ୍ଞାପନ ଦେଇ ଗ୍ରାହକମାନଙ୍କୁ ଚୁନା ଲଗାଉଛନ୍ତି।ତେବେ ଠକାମୀର ଶିକାର ହୋଇଥିବା ଗ୍ରାହକମାନେ ଠକ ଦ୍ବୟକୁ ପୁଲିସ ହାତରେ ଜିମା ଦେଇଛନ୍ତି।

ସୂଚନା ଅନୁସାରେ ଏହି ଠକମାନେ ଗୋଟିଏ ଗାଡ଼ିକୁ ବିକ୍ରି କରିବା ନାରେ ଏକାଧିକ ଲୋକଙ୍କ ଠାରୁ ଆଡ଼ଭାନ୍ସ ଟଙ୍କା ନେଇଛନ୍ତି। ଆଡ଼ଭାନ୍ସ ଟଙ୍କା ନେଇଯିବା ପରେ ଆଉ ଧରାଛୁଆଁ ଦେଉ ନଥିଲେ। ଆଡ଼ଭାନ୍ସ ଟଙ୍କା ନେଇ ବିଳାସମୟ ଜୀବନଯାପନ କରୁଥିଲେ। ଠକେଇ ଟଙ୍କାରେ ଗାଡ଼ି ଧରି ବୁଲୁଥିଲେ। ପୁଣି ନୂଆ ଶିକାର ଖୋଜୁଥିଲେ।

ପୁଲିସ କହିବା ଅନୁସାରେ ‘ବଣ୍ଟି ଓ ବବଲୀ’ ଯୋଡ଼ି ଗାଡ଼ି ବିକ୍ରି କରିବେ ବୋଲି ପ୍ରଥମେ ଓଏଲ୍‌ଏକ୍ସରେ ଗାଡ଼ି ଫଟୋ ସାଙ୍ଗକୁ କମ୍ ଟଙ୍କା ପ୍ରାଇସ ରଖି ବିଜ୍ଞାପନ ଦେଉଥିଲେ। ଗାଡ଼ି କିଣିବାକୁ ଇଚ୍ଛୁକ ଲୋକ ଦିଆ ଯାଇଥିବା ମୋବାଇଲ ନମ୍ବରରେ କଲ କରି ଯୋଗାଯୋଗ କରୁଥିଲେ। କଲ କରି କଥା ହେବା ପରେ ଗ୍ରାହକଙ୍କୁ ଗାଡ଼ି ମଧ୍ୟ ଦେଖାଉଥିଲେ। ଗ୍ରାହକଙ୍କୁ ଗାଡ଼ି ପସନ୍ଦ ହେବା ପରେ ଅଗ୍ରୀମ ଟଙ୍କା ନେଇଯାଉଥିଲେ ଓ ଫେରାର ହୋଇଯାଉଥିଲେ। ଫେରାର ହେବା ପରେ ପୁଣି ସେଇ ସମାନ ଗାଡିକୁ ବିକ୍ରି କରିବାର ବିଜ୍ଞାପନ ଦେଉଥିଲେ। ଠକାମୀର ଶିକାର ହେବା ପରେ ଏହି ଠକ ଯୋଡ଼ି କୁ ଧରିବା ପାଇଁ ଯୋଜନା କରିଥିଲେ ଲୋକ। ଠକ ଯୋଡ଼ିକୁ କାବୁ କରି ବଡ଼ଗଡ଼ ପୁଲିସକୁ ଜିମା ଦେଇଛନ୍ତି ଠକାମୀର ଶିକାର ଲୋକେ। ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button