ଶଶୁରଙ୍କ ସଂପର୍କରେ ପଚରାଯିବାରୁ ଚିଡ଼ିଗଲେ ଜାଡ଼େଜାଙ୍କ ପତ୍ନୀ ରିବାବା – Kalinga News

[ad_1]
ମୁମ୍ବାଇ: ନିକଟରେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପିତା ଅଭିଯୋଗ ଆଣିଥିଲେ ଯେ ସେ ତାଙ୍କ ପୁଅ ଓ ବୋହୂ ତାଙ୍କ ସହ ରୁହନ୍ତି ନାହିଁ। ଏକ ସାକ୍ଷାତକାରରେ ଜାଡେଜାଙ୍କ ପିତା କହୁଥିବାର ଶୁଣିବାକୁ ମିଳିଥିଲା ଯେ ତାଙ୍କ ପୁଅ ରବୀନ୍ଦ୍ର ଜାଡ଼େଜା ଏବଂ ତାଙ୍କ ପତ୍ନୀ ରିବାବାଙ୍କ ସହ ତାଙ୍କର ସଂପର୍କ ବହୁ ଦିନ ହେବ ଭଲ ନାହିଁ। ଯାହାକୁ ନେଇ ନିକଟରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ କ୍ରୋଧ ପକ୍ରାଶ କରିଛନ୍ତି ରିବାବା।

Sambad is now on WhatsApp
Join and get latest news updates delivered to you via WhatsApp
ରିଭାବାଙ୍କୁ ଏକ ଇଭେଣ୍ଟରେ ଏ ନେଇ ପ୍ରଶ୍ନ ପଚରାଯାଇଥିଲା, ଯାହା ଶୁଣି ଜାଡେଜାଙ୍କ ପତ୍ନୀ ବହୁତ ରାଗି ଯାଇଥିଲେ। ରିଭାବା ସେ ସଂକ୍ରାନ୍ତରେ କୌଣସି ଉତ୍ତର ଦେଇନଥିଲେ। ରିଭାବାଙ୍କୁ ଏହି ପ୍ରଶ୍ନ ପଚରାଯିବା ମାତ୍ରେ ସେ କହିଥିଲେ, “ଆଜି ଆମେ କାହିଁକି ଏଠାରେ ଅଛୁ? ଯଦି ଆପଣ ଏହା ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ମୋତେ ଏକ ପ୍ରଶ୍ନ ପଚାରି ପାରିବେ, ନଚେତ୍ କିଛି ଅସୁବିଧା ନାହିଁ।” ରିବାବାଙ୍କ ଏହି ପ୍ରତିକ୍ରିୟା ନିକଟରେ ଗଣମାଧ୍ୟମରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଏକ ସାକ୍ଷାତ୍କାରରେ ଜାଡ଼େଜାଙ୍କ ବାପା କହୁଥିବାର ଶୁଣିବାକୁ ମିଳିଥିଲା ଯେ ‘‘ଆପଣ ମୋତେ ସତ କୁହାଇବାକୁ ଚାହାଁନ୍ତି କି? ରବୀନ୍ଦ୍ର ଏବଂ ତାଙ୍କ ପତ୍ନୀ ରିବାବାଙ୍କ ସହ ମୋର କୌଣସ ସଂପର୍କ ନାହିଁ। ଆମେ ତାଙ୍କୁ ଖୋଜୁନା କି ସେ ଆମକୁ ଖୋଜନ୍ତିନି। ଏହା ରବୀନ୍ଦ୍ର ବିବାହର ୩-୪ ମାସ ଭିତରେ ଆରମ୍ଭ ହୋଇ ଯାଇଥିଲା। ମୁଁ ଏବେ ଜାମ୍ନଗରରେ ଏକା ରହୁଛି। ରବୀନ୍ଦ୍ର ତା’ ପରିବାର ସହ ଭିନ୍ନ ବଙ୍ଗଳାରେ ରହୁଛି। ଆମେ ଗୋଟାଏ ସହରରେ ରହୁଛି ହେଲେ ବି ସେ ମୋତେ ଭେଟେ ନାହିଁ। ମୁଁ ଜାଣିନି ତା ପତ୍ନୀ ତା’ ଉପରେ କି ଯାଦୁ କରିଛି।’’
ଏହାର ଉତ୍ତରରେ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ କରିଥିଲେ ଜାଡ଼େଜା। ପୋଷ୍ଟ୍ରେ ସେ ତାଙ୍କ ପିତା କହିଥିବା ସମସ୍ତ କଥାକୁ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ତାଙ୍କ ପତ୍ନୀଙ୍କୁ ଅଯଥାରେ ବଦନାମ କରାଯାଉଛି ବୋଲି ସଫେଇ ଦେଉଥିଲେ।
[ad_2]