ଦେଶ- ବିଦେଶ

ଶ୍ରାବଣ ପୂର୍ଣ୍ଣିମା ମାସରେ ସ୍ୱପ୍ନରେ ମହାଦେବଙ୍କୁ ଦେଖିଲେ ମିଳିଥାଏ ଏହିସବୁ ସଙ୍କେତ

ପ୍ରାୟ ସବୁ ଲୋକ ନିଦରେ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଜାଣି ରଖନ୍ତୁ ଯେ ତାହା ନିରର୍ଥକ ନୁହେଁ । ବରଂ ସବୁ ସ୍ବପ୍ନର କିଛି ନା କିଛି ଅର୍ଥ ନିଶ୍ଚିତ ଥାଏ । ହୁଏତ ତାହା ଆମେ ଅଚେତନ ମନରେ ଦେଖିଥାଉ । କିନ୍ତୁ ତଥାପି ସମସ୍ତେ ସ୍ୱପ୍ନ ଦେଖିବା ପରେ ତାହାର ଅର୍ଥ ଜାଣିବାକୁ ଇଚ୍ଛା କରିଥାନ୍ତି । ଏମିତିରେ ଯଦି ଆପଣ ଦିନସାରା କୌଣସି ବ୍ୟକ୍ତିର କଥା ଭାବିବା ପରେ ଆପଣ ରାତିରେ ସେହି ବ୍ୟକ୍ତି ବିଷୟରେ ସ୍ୱପ୍ନ ଦେଖୁଛନ୍ତି ତେବେ ତାହା ଅତି ସାଧାରଣ । କିନ୍ତୁ ଯଦି ହଠାତ ଆପଣ କୌଣସି ସ୍ୱପ୍ନ ଦେଖନ୍ତି ତେବେ ତାହାର ଅର୍ଥ ରହିଥାଏ । ସ୍ୱପ୍ନରେ ଯଦି ଆପଣ ମହାଦେବ ଶିବ କିମ୍ବା ମହେଦେବଙ୍କ ସହିତ ଜଡ଼ିତ କୌଣସି ଜିନିଷ ଯଥା ନାଗ ସାପ , ତ୍ରିଶୂଳ , ଚନ୍ଦ୍ରମା , ମାତା ପାର୍ବତୀ ଏହିଭଳି କିଛି ସ୍ୱପ୍ନରେ ଦେଖିଲେ ଏହାର ଏକ ବଡ଼ କାରଣ ରହିଛି ।

୧ . ଯଦି ଆପଣ ସ୍ୱପ୍ନରେ ଶିବଲିଙ୍ଗ ଦେଖୁଛନ୍ତି ତେବେ ଶିବଲିଙ୍ଗରେ ଏକ ଲୋଟା ଜଳ ନିଶ୍ଚୟ ଅର୍ପଣ କରନ୍ତୁ । କିନ୍ତୁ ଯଦି ଆପଣ ସବୁଦିନ ସ୍ୱପ୍ନରେ ଶିବଲିଙ୍ଗ ଦେଖୁଛନ୍ତି ତେବେ ଆପଣ ଜଣେ ମହାଦେବ ଭକ୍ତ ଅଟନ୍ତି । ଏପରି ହେଲେ ଆପଣ ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣଙ୍କର ସବୁ ମନସ୍କାମନା ଦୂର ହୋଇଯିବ ।

୨ . ଯଦି ଆପଣ ଜଣେ ବିଦ୍ୟାର୍ଥୀ ଏବଂ ସ୍ୱପ୍ନରେ ଆପଣ ମହାଦେବଙ୍କ ମଥାରେ ଥିବା ଚନ୍ଦ୍ର ଦେଖନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ପରୀକ୍ଷା ଦେଇଛନ୍ତି ତେବେ ତାହାର ଫଳ ଆପଣଙ୍କ ସପକ୍ଷରେ ଆସିବ । କିମ୍ବା ଏହି ଶୁଭଫଳ ବିବାହ , କ୍ୟାରିଅର , ବ୍ୟବସାୟ ସମ୍ପର୍କିତ ମଧ୍ୟ ହୋଇପାରେ ।

୩ . ଯଦି ଆପଣ ମହାଦେବ ଏବଂ ପାର୍ବତୀଙ୍କୁ ଏକା ସାଥିରେ ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏହାବ୍ୟତୀତ ଆପଣଙ୍କୁ ଧନ ଲାଭ ହେବାକୁ ମଧ୍ୟ ଯାଉଛି । କାରଣ ଉଭୟ ମହାଦେବ ଏବଂ ପାର୍ବତୀଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ଯୋଗ ଅଟେ । ତେଣୁ ମାତା ପାର୍ବତୀ ଏବଂ ଶିବଙ୍କ ମିଳିତ ଅରାଧନା କରନ୍ତୁ ।

୪ . ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କୁ ତାଣ୍ଡବ କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ସବୁ ସମସ୍ୟାର ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି । ଧନ ପ୍ରାପ୍ତି ହେବ ଏବଂ ପରିଶ୍ରମର ଫଳ ମଧ୍ୟ ମିଳିବ ।

୫ . ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ମନ୍ଦିର ଦେଖୁଛନ୍ତି ତେବେ ଏହା ସନ୍ତାନ ପ୍ରାପ୍ତିର ଯୋଗ ଅଟେ । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି ତେବେ ତାହା ଖୁବଶୀଘ୍ର ଠିକ ହୋଇଯିବ । ଯଦି ଆପଣ ମହାଦେବଙ୍କ ମନ୍ଦିରର ରଙ୍ଗ ପରିବର୍ତ୍ତନ ହେଉଥିବାର ଦେଖନ୍ତି ତେବେ ଅତିଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଯିବ ।

୬ . ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ତ୍ରିଶୂଳ ଦେଖନ୍ତି ତେବେ ଏହା ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ଅଟେ । ଏହାର ଅର୍ଥ ଖୁବଶୀଘ୍ର ଆପଣ ଦୁଃଖ ଯନ୍ତ୍ରଣାରୁ ଆରାମ ପାଇବାକୁ ଯାଉଛନ୍ତି । ତେଣୁ ଏହି ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୭ . ମହାଦେବଙ୍କ ତୃତୀୟ ନୟନ ସତର୍କତା ଏବଂ ଜାଗୃକତା ଦିଗରେ ସଙ୍କେତ ଦେଇଥାଏ । ତେଣୁ ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ତୃତୀୟ ନୟନର ଦର୍ଶନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି ।

୮ . ମହାଦେବଙ୍କ ଡମ୍ବରୁ ଧ୍ୱନୀର ପ୍ରତୀକ ଅଟେ । ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ଡମ୍ବରୁ ଦେଖନ୍ତି ତେବେ ଆପଣଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି ।

୯ . ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ଜଟାରୁ ଗଙ୍ଗା ପ୍ରବାହିତ ହେଉଥିବାର ଦେଖନ୍ତି ତେବେ ଏହା ଆତ୍ମାକୁ ପବିତ୍ର କରିବାର ସ୍ୱପ୍ନ ଅଟେ । ଏହାଦ୍ବାରା ଆପଣଙ୍କୁ ଉଭୟ ପ୍ରେମ ଏବଂ ଜ୍ଞାନ ପ୍ରାପ୍ତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button