ରାଜନୀତି

ପାକିସ୍ତାନରେ ଅସ୍ବାଭାବିକ ସ୍ଥିତି: ସେନାକୁ ବିରୋଧ କରି ଲୋକେ ରାସ୍ତାରେ – Kalinga News

[ad_1]

ଇମ୍ରାନଙ୍କ ବିଜୟ ସତ୍ତ୍ବେ ସେନା ସହାୟତାରେ ମେଣ୍ଟ ସରକାର

ଇସ୍‌ଲାମାବାଦ: ପାକିସ୍ତାନ ଆଜି ଭୋଟ୍ ଗଣତି ଶେଷ ହୋଇଥିବା ବେଳେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଅଧିକାଂଶ ଆସନରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ କୌଣସି ଦଳକୁ ମଧ୍ୟ ସଂଖ୍ୟାଗରିଷ୍ଠତା ମିଳିନଥିବା ବେଳେ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଏବଂ ପିପିସି ସରକାର ଗଠନ ପାଇଁ ହାତ ମିଳାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖିବାକୁ ମିଳିଛି। ଆଜି ଇମ୍ରାନଙ୍କ ସମର୍ଥକମାନେ ଇସଲାମାବାଦ, ଲାହୋର, କରାଚୀ ସମେତ ସମସ୍ତ ପ୍ରମୁଖ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଳମ୍ବିତ ନିର୍ବାଚନ ଫଳାଫଳ ଏବଂ ମେଣ୍ଟ ସରକାର ପାଇଁ ପାକିସ୍ତାନ ସେନାର ଖୋଲା ସମର୍ଥନ ପରେ ପିଟିଆଇ ଆନ୍ଦୋଳନ ଡାକରା ଦେଇଛି। ବିଭିନ୍ନ ଅଂଚଳରେ ସେନା ଜାଲିଆତି କରି ପିଏମ୍‌ଏଲ୍‌-ଏନ୍‌ ପ୍ରାର୍ଥୀଙ୍କୁ ଜିତାଇଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ ବ୍ୟାଲଟ ବକ୍ସ ଲୁଟ୍‌ ହୋଇଥିବାରୁ ସେଠାରେ ପୁନଃ ମତଦାନ ଆଗାମୀ ୧୫ ତାରିଖରେ କରାଯିବାକୁ ଧାର୍ଯ୍ୟ ହୋଇଛି।

ଅନ୍ୟପକ୍ଷରେ ଆଜି ପିଏମ୍ଏଲ୍-ଏନ୍ର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ବିଜୟ ଦାବି କରିବା ସହ ତାଙ୍କ ଦଳ ଏକକ ବୃହତ୍ତମ ଦଳ ହୋଇଥିବାରୁ ମେଣ୍ଟ ସରକାର ଗଠନ ପାଇଁ ହକଦାର ବୋଲି କହିଛନ୍ତି। ନିର୍ବାଚନ କମିସନଙ୍କ ୱେବସାଇଟ ଅନୁଯାୟୀ ପାକିସ୍ତାନରେ ଭୋଟ ଗଣତି ଶେଷ ହେବା ପରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୨୬୪ ଟି ଆସନରୁ ୧୦୧ଟିଆସନରେ ବିଜୟୀ ହୋଇଛନ୍ତି। ସାଧାରଣ ନିର୍ବାଚନ ସମୟରେ ହୋଇଥିବା ଜାଲିଆତିକୁ ନେଇ ଦଳ ସିଧାସଳଖ ସେନାକୁ ଦାୟୀ କରିଥିବା ବେଳେ ବିଭିନ୍ନ ଅଂଚଳରୁ ସେନା ବାହିନୀକୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।
୨୪୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ପାକିସ୍ତାନ ଅର୍ଥନୈତିକ ସଙ୍କଟ ଓ ଆତଙ୍କବାଦ ସହ ସଂଘର୍ଷ କରୁଥିବା ବେଳେ ଫେବ୍ରୁଆରି ୮ ତାରିଖରେ ଏକ ସାଧାରଣ ନିର୍ବାଚନରେ ମତଦାନ ହୋଇଥିଲା।

ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ୨୬୫ଟି ଆସନରୁ ୨୬୪ଟି ଆସନର ଫଳାଫଳ ଘୋଷଣା କରିଛନ୍ତି। ସରିଫଙ୍କ ପିଏମଏଲ-ଏନଠାରୁ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ବହୁତ ଆଗରେ ରହିଛି। ସରିଫ୍‌ଙ୍କ ଦଳ ୭୫ ଆସନରେ ସୀମିତ ରହିଥିବା ବେଳେ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୪ଟି ଆସନରେ ବିଜୟୀ ହୋଇଛି। ଅନ୍ୟ ଛୋଟ ଦଳଗୁଡ଼ିକ ମିଳିତ ଭାବେ ୨୭ଟି ଆସନରେ ବିଜୟୀ ହୋଇଛନ୍ତି ବୋଲି ଇସିପି କହିଛି। ପିଟିଆଇ ଅଧ୍ୟକ୍ଷ ଗୋହର ଅଲ୍ଲୀ ଖାନ, ଯିଏ କି ଇମ୍ରାନ ଖାନଙ୍କ ଓକିଲ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି, କହିଛନ୍ତି ଯେ ପାକିସ୍ତାନର ସମସ୍ତ ଅନୁଷ୍ଠାନ ଜନମତକୁ ସମ୍ମାନ ଦେବା ଉଚିତ । ସେନା ପିଏମ୍‌ଏଲ୍‌-ଏନ୍‌ ମେଣ୍ଟ ସରକାର ସମର୍ଥନରେ ତତ୍ପରତା ଦେଖାଇବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button