ଅପରାଧ

ଭିକ୍ଷାବୃତ୍ତି କରି ୪୫ଦିନରେ ମହିଳା ଏକାଠି କରିଛନ୍ତି ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ‘ଭିକ୍ଷାବୃତ୍ତି ବନ୍ଦ ‌ହେଉ’ ଅନେକ ଦିନ ହେବ ଏହି ସ୍ଲୋଗାନ ଆମେ ଶୁଣି ଆସିଛୁ। କିନ୍ତୁ ଏବେ ବି ଲୋକେ ଭିକ୍ଷାବୃତ୍ତି କରୁଛନ୍ତି। ନିକଟରେ ‘ଭିକ୍ଷୁକ ମୁକ୍ତ’ ଅଭିଯାନ ଜରିଆରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଥିଲା। ଅଟକ ଥିବା ମହିଳା ଜଣକଙ୍କ ପାଖରେ ଥିବା ଟଙ୍କାର ପରିମାଣ ବିଷୟରେ ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ମହିଳା ଜଣକ ମାତ୍ର ୪୫ଦିନରେ ଅଢ଼େଇ ଲକ୍ଷ ଟଙ୍କ‌ା ଭିକମାଗି ଏକାଠି କରିଥିବା ଜଣାପଡ଼ିଥିଲା।

ଇନ୍ଦୋରକୁ ଭିକ୍ଷୁକ ମୁକ୍ତ କରିବା ଅଭିଯାନ ଅନ୍ତର୍ଗତ ସଂସ୍ଥା ‘ପ୍ରବେଶ’ର ଟିମ ରୁପାଲି ଜୈନଙ୍କ ନେତୃତ୍ବ‌ରେ ସୁଖଲିଆ ଚୌରାହାରୁ ଜଣେ ମହିଳା ଓ ତାଙ୍କ ୧୦ବର୍ଷର ଶିଶୁଙ୍କୁ ଉଦ୍ଧାର  କରାଯାଇଛି।  ଧରାପଡ଼ିଥିବା ମା’ ଓ ତାଙ୍କର ଛୁଆ ଅନେକ ଦିନ ହେବ ଏହି ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଜଣାପଡ଼ିଛି।

ଯାଞ୍ଚରୁ ପ୍ରକାଶ କି ମହିଳାଙ୍କ ପାଖରୁ ୧୯ହଜାର ନଗଦ ଟଙ୍କା ବହାରିଥିଲା। ଏହି ଟଙ୍କା ସେ ୭ଦିନରେ ଭିକ ମାଗି ଏକାଠି କରିଥିବା କଥା ସଂସ୍ଥାର ସଦସ୍ୟମାନଙ୍କୁ  କହିଥିଲେ।

ଧରା ପଡ଼ିଥିବା ମହିଳା ଜଣକ କହିଥିଲେ, ୭ଦିନରେ ୧୫/୨୦ହଜାର ପର୍ଯ୍ୟନ୍ତ ରୋଜଗାର ହୋଇଯାଉଥିବା ବେଳେ ବିବାହ ଋତୁରେ ୧୫ଦିନରେ ୫୦ ହଜାର ପର୍ଯ୍ୟନ୍ତ ଭିକ ମାଗି ସଂଗ୍ରହ କରିଥାଏ। ଗତ ୪୫ଦିନ ମଧ୍ୟରେ ଅ‌ଢ଼େଇଲକ୍ଷ ଟଙ୍କା ସଂଗ୍ରହ କରିଛି। ଲକ୍ଷେ ଟଙ୍କା ଗାଁକୁ ପଠାଇ ଦେଇଥିବା ବେଳେ ୫୦ହଜାର ଜମାଖାତାରେ ରଖିଛି। ୫୦ହଜାର ମୋ ଛୁଆ ନାମ ରଖିଥିବା ବେଳେ ଆଉ ୫୦ହଜାର ଟଙ୍କା ଖର୍ଚ୍ଚ କରି ଦେଇଛି।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button