ଦରକାର ପଡିବେନି ପୁରୁଷ! ବିନା ଶୁକ୍ରାଣୁରେ ଗର୍ଭରେ ସୃଷ୍ଟି ହେବ ଶିଶୁ? ଜନ୍ମ ଦେବେ ମହିଳା, ଜାଣନ୍ତୁ ପୂରା ଖବର
ପିଲାଟିଏ ପାଇଁ ଆଉ ଦରକାର ନାହିଁ ଡିମ୍ବାଣୁ କି ଶୁକ୍ରାଣୁ ! ବିନା ସ୍ପର୍ମରେ ଗର୍ଭରେ ବଢିବ ଶିଶୁ ? ବିଶ୍ୱରେ ପ୍ରଥମ ଥର ପାଇଁ କୁତ୍ରିମ ପ୍ରଣାଳୀରେ ଭ୍ରୁଣ ସୃଷ୍ଟି ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାକୁ ସିନ୍ଥେଟିକ୍ ହ୍ୟୁମାନ୍ ଏମ୍ବ୍ରିୟୋସ୍ ବୋଲି କୁହାଯାଉଛି ।
ଷ୍ଟେମ୍ ସେଲ୍କୁ ବ୍ୟବହାର କରି କାଲିଫର୍ଣ୍ଣିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ୍ର ବୈଜ୍ଞାନିକମାନେ ସିନ୍ଥେଟିକ୍ ହ୍ୟୁମାନ ତଥା କୁତ୍ରିମ ଭ୍ରୁଣ ତିଆରି କରିପାରିଛନ୍ତି । କେତେକ ଜାତୀୟ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଛି ।
ଏପରି ପ୍ରଣାଳୀରେ ପ୍ରାରମ୍ଭିକ ଷ୍ଟେଜ୍ରେ ବେବି ଡେଭଲପ୍ମେଣ୍ଟ (ଶିଶୁର ବିକାଶ) ହୋଇପାରିବ । ବାରମ୍ବାର ଗର୍ଭପାତ କାହିଁକି ହେଉଛି ତାହା ଉପରେ ଏହା ସବିଶେଷ ଧାରଣା ଦେଇପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି । ଏହି ଷ୍ଟ୍ରକଚର୍ ସାଧାରଣ ଭାବେ ପ୍ଲାସେଣ୍ଟା, ୟକ୍ ସାକ୍ ଓ ଭ୍ରୁଣର ବିକାଶ କରିପାରିବ । କିନ୍ତୁ ୟକ୍ ସାକ୍ରେ ଥିବା ଭ୍ରୁଣରେ ହୃତପିଣ୍ଡ ଓ ମସ୍ତିଷ୍କର ବିକାଶ ହୋଇପାରିବନି ବୋଲି କୁହାଯାଇଛି ।
ବୋଷ୍ଟନରେ ଆୟୋଜିତ International Society for Stem Cell Research ବାର୍ଷିକ ସଭାରେ ଉଦ୍ବୋଦନ ଦେଇ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଗଡାଲେନା ଜର୍ଣ୍ଣିକା କହିଛନ୍ତି ଯେ ଆମେ ଏହି ମଡେଲରେ କୁତ୍ରିମ ମଣିଷ ଭ୍ରୁଣ ସୃଷ୍ଟି କରିପାରୁଛୁ । ସିନ୍ଥେଟିକ୍ ଭ୍ରୁଣର ବ୍ୟବହାର ଏଯାବତ୍ କୌଣସି ମେଡିକାଲରେ କରାଯାଇନାହିଁ । ଏହା ରୋଗୀର ଗର୍ଭାଶୟରେ ବେଆଇନ୍ ଭାବେ ରଖାଯାଇପାରିବ । ତେବେ ଏହି ଷ୍ଟ୍ରକଚର୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଭ୍ରୁଣର ଯେ ସମ୍ପୂର୍ଣ୍ଣ ବିକାଶ କରିବାର କ୍ଷମତା ରଖିବ ତାହା ଏଯାବତ ସଠିକ୍ ଭାବେ କୁହାଯାଇପାରିନାହିଁ ।