ଅପରାଧ

ଗୋଦାମରୁ ତାଲା ଭାଙ୍ଗି ୬୦ଟି ଗ୍ୟାସ୍‌ ସିଲିଣ୍ଡର ଲୁଟିନେଲେ ଦୁର୍ବୃତ୍ତ – Kalinga News

[ad_1]

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଆଗ୍ରିଆ ଛକ ପାଖ ଏକ ଗ୍ୟାସ୍‌ ସିଲିଣ୍ଡର ଗୋଦାମରୁ ଲକ୍ଷାଧିକ ଟଙ୍କାର ଗ୍ୟାସ୍‌ ଟାଙ୍କି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ ଆଗ୍ରିଆ ଛକ ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥାନୀୟ ନଡପୁର ଗ୍ରାମର ଜ୍ୟୋତିପ୍ରକାଶ ସାହୁଙ୍କର ବ୍ରଜମୋହନ ଇଣ୍ଡେନ୍‌ ଗ୍ରାମୀଣ ବିତରକ ନାମକ ଗ୍ୟାସ ଏଜେନ୍ସିର ଗୋଦାମ ରହିଛି। ଜ୍ୟୋତିପ୍ରକାଶର ଅଭିଯୋଗ ମୁତାବକ ଶନିବାର ସକାଳ ୧୦ଟାରେ ତାଙ୍କ ଡେଲିଭରି ବୟ ଛତିଶ ମହାନ୍ତ ଗ୍ୟାସ୍‌ ସିଲିଣ୍ଡର ନେବାକୁ ଆସି ଦେଖିବାକୁ ପାଇଥିଲା କି ଗୋଦାମ ତାଲା ଭଙ୍ଗା ଯାଇଛି। ପରେ ସେ ସଙ୍ଗେ ସଙ୍ଗେ ଜ୍ୟୋତିପ୍ରକାଶକୁ ଫୋନ କରିବାରୁ ସେ ଆସି ଘଟଣାସ୍ଥଳରେ ପହଁଛି ଦେଖିବାକୁ ପାଇଥିଲେ କି ଗୋଦାମରୁ ୨୭ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର, ୩୨ଟି ଖାଲି ସିଲିଣ୍ଡର ଓ ଗୋଟିଏ ୫କିଲୋ ବିଶିଷ୍ଟ ସିଲିଣ୍ଡର ଚୋରି ହୋଇଯାଇଛି।

ପରେ ସେ ଏନେଇ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ କରିଥିବାର ସୂଚନା ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button