ମନୋରଞ୍ଜନ

ମୋ ସ୍ତ୍ରୀ ସୁଟ୍‌ କରୁଥିଲେ, ମୁଁ ରୋମାଣ୍ଟିକ୍‌ ସିନ୍‌ କରୁଥିଲି – Kalinga News

[ad_1]

ଓଡ଼ିଆ ସିନେ ଜଗତକୁ ପ୍ରାୟ ୨୫ ବର୍ଷ ଦେଇ ଦର୍ଶକଙ୍କ ମ‌ନରେ ରାଜ୍‌ କରୁଛନ୍ତି ଅଭିନେତା ହର ରଥ। ନାୟକ, ଖଳନାୟକ, ହାସ୍ୟାଭିନେତା ଓ ପାର୍ଶ୍ବ ଚରିତ୍ର ଆଦି ବିଭିନ୍ନ ଭୂମିକା ନିଭାଇ ନିଜ ଅଭିନୟର ପ୍ରମାଣ ଦେଇସାରିଛନ୍ତି ସେ। ଲକ୍‌ଡାଉନ୍‌ ସମୟରେ ଚଳଚ୍ଚିତ୍ର ନିର୍ମାଣ ବନ୍ଦ ଥିବା ସତ୍ତ୍ବେ ୨ ଘଣ୍ଟାର ସିନେମା ‘ଅର୍ଦ୍ଧସତ୍ୟ’ରେ ଏକାକୀ ଅଭିନୟ କରି ନିଆରା ଇତିହାସ ରଚିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଉପଯୁକ୍ତ ପ୍ରମୋସନ ଅଭାବରୁ ସିନେମାଟି ଚାଲି ପାରିନଥିବାରୁ ହର ଅବଶୋଷ କରନ୍ତି। ଏପରି ଅନେକ ସିନେମା ଅଛି ଯାହାକୁ ନେଇ ସେ ଗର୍ବିତ ମଧ୍ୟ। ସେଥିମଧ୍ୟରୁ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ସହ କରିଥିବା ‘ଜ୍ବିଗାଟୋ’ ଅନ୍ୟତମ। ଆସନ୍ତା ୨୩ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ତାଙ୍କ ସିନେମା ‘ଭୋଟ’।

୧. ‘ଜ୍ବିଗାଟୋ’ ରେ ଆପଣ କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ସହ କାମ କରିଛନ୍ତି। ଅନୁଭୂତି କିପରି ଥିଲା?

ଏହି ପ୍ରଶ୍ନର ଉତ୍ତର ଭାବେ ମୁଁ ଆପଣଙ୍କୁ ଏକ କାହାଣୀ ଶୁଣାଇବି। ନିର୍ଦ୍ଦେଶକ କପିଳାସ ଭୂୟାଁଙ୍କ ସହ ମୋର ଅଧିକାଂଶ ସଂଧ୍ୟାରେ ଦେଖାହୁଏ। ସେ ମୋତେ କପିଲ ଶର୍ମାଙ୍କର ଗୋଟାଏ ଗୋଟାଏ କମେଡି କ୍ଲିପ୍‌ ପଠାଇ ଦେଖିବାକୁ କହନ୍ତି ଓ ପଚାରନ୍ତି କେମିତି ଲାଗିଲା? ଦିନେ ସଂଧ୍ୟାରେ ମୁଁ ତାଙ୍କୁ ମୋର ଓ କପିଲଙ୍କର ଏକ ଫଟୋ ପଠାଇଲି ଓ ପଚାରିଲି କେମିତି ଲାଗିଲା? ତାହା ଏକ ନିଆରା ଅନୁଭୂତି ଥିଲା। ଏଥିରେ ସନ୍ଦେହ ନାହିଁ ଯେ କପିଲ ଜଣେ ବଡ଼ ସେଲିବ୍ରିଟି।  ଅନ୍ଧେରୀର ଏକ ହଲ୍‌ରେ ପ୍ରିମିୟର୍‌ ସୋ’ରେ ରହିବା ମୋ ପାଇଁ ନିଶ୍ଚିତ ଭାବେ ଏକ ନିଆରା ଅନୁଭୂତି।

୨. ‘ଜ୍ବିଗାଟୋ’ ରେ ଆପଣଙ୍କୁ କିପରି ସୁଯୋଗ ମିଳିଲା? ସେ ବିଷୟରେ ଟିକେ ଦର୍ଶକଙ୍କୁ କହିବେ କି?

‘ଜ୍ବିଗାଟୋ’ ଟିମ୍‌ ଭୁବନେଶ୍ବର ଅଫିସ୍‌ରେ ଅଡିସନ୍‌ ନେଉଥିଲେ। ମୁଁ ଅଡିସନ୍‌ ଦେଇ ପାସ୍‌ କଲି। ସେମାନେ ମୁମ୍ବାଇରୁ ମୋତେ ସ୍କ୍ରିପ୍ଟ ପଠାଇଲେ, ମୁଁ ‌ସେଥିରେ ଅଭିନୟ କରି ସେ କ୍ଲିପ୍‌କୁ ସେମାନଙ୍କୁ ପଠାଇଲି।  ଅଡିସନ୍‌ରେ ମୋ‌ତ ଚୟନ କରାଯିବା ପରେ ମୁଁ କପିଲଙ୍କ ସହ କାମ କରିବାର ସୁଯୋଗ ପାଇଲି।

୩. ନାୟକ, ଖଳନାୟକ, ହାସ୍ୟାଭିନେତା ଓ ପାର୍ଶ୍ବ ଚରିତ୍ର ଆଦି ଅନେକ ଅବତାରରେ ଦର୍ଶକ ଆପଣଙ୍କୁ ଦେଖିଛନ୍ତି। ଆପଣଙ୍କ ପ୍ରିୟ କେଉଁଟି?

ଅଭିନୟ ହେଉଛି ନବରସ। ଏଥିରେ କେଉଁ ଗୋଟିକ ଚରିତ୍ରରେ ସନ୍ତୁଷ୍ଟ ରହିବା ଅସମ୍ଭବ। ମୋତେ ବରଂ ଗୋଟାଏ ପରି ଚରିତ୍ର‌ ବାରମ୍ବାର କରିବାକୁ କହିଲେ ମୁଁ ପସନ୍ଦ କରିବି ନାହିଁ। ଭିନ୍ନ ଭିନ୍ନ ଚରିତ୍ର କରିବାର ସୁଯୋଗ ମିଳୁଛି ବୋଲି ଭଲ ଲାଗୁଛି।

୪. ଓଲିଉଡ୍‌ର କେଉଁ ଅଭିନେତ୍ରୀଙ୍କ ବିପକ୍ଷରେ ନାୟକ ହୋଇ କାମ କରିବାର ଇଚ୍ଛା ଅଛି?

ମୁଁ ମୋ ସ୍ତ୍ରୀର ନାୟିକ। ମୋତେ କେଉଁ ନିର୍ଦ୍ଦିଷ୍ଟ ଅଭିନେତ୍ରୀଙ୍କ ନାୟକ ହେବାର ଇଛା ନାହିଁ। ତାହା ନିର୍ଦ୍ଦେଶକଙ୍କ ନିଷ୍ପତ୍ତି। ମୋ ଚରିତ୍ରକୁ ସୁହାଇବା ପରି ଯେଉଁ ନାୟିକାଙ୍କ ସହ କାମ କରିବାକୁ ପଡ଼ିବ ମୁଁ କରିବି।

୫. ଆପଣଙ୍କ ପତ୍ନୀ ଜଣେ ସିନେମାଟୋଗ୍ରାଫର୍‌। ସେ କ୍ୟାମେରା ଧରି ସୁଟ୍‌ କରିବା ବେଳେ ଆପଣ ଅନ୍ୟ ନାୟିକ‌ାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିଛନ୍ତି କି କେବେ? ଟିକେ ଅସହଜ ଅନୁଭବ ହୁଏ କି?

ମୁଁ କରିିଛି। ‘ନ ଜାଣି ମୁଁ କଲି ପୀରତି’ ଗୀତରେ ନାୟିକାଙ୍କ ସହ କିଛି ସେହିପରି ଦୃଶ୍ୟ ଥିଲା। ସେଥିରେ ନାୟିକାଙ୍କୁ ଖଟ ଉପରକୁ ହାତରେ ଟେକି ନେଇ ରୋମାଣ୍ଟିକ୍‌ ନଜରରେ ଚାହିଁବାର ଥାଏ। ମୁଁ ଦୁଇଟି ଟେକ୍‌ ପରେ ବି ଠିକ୍‌ ଭା‌ବେ କରିପାରିଲି ନାହିଁ। ତୃତୀୟ ଥର ବେଳକୁ ମୋ ପତ୍ନୀ କହିଲେ, ଆଉ ହୋଇ ପାରିବନି। ଗୋଟେ ରୋମାଣ୍ଟିକ୍‌ ଲୁକ୍‌ ଦେଇପାରୁନ, ସେତିକି ଥାଉ। ଥରେ କଟ୍‌ ହେଲା ପରେ ମୁଁ ନାୟକରୁ ହର ରଥ ପାଲଟିଯାଏ। ମୋ ପତ୍ନୀ ସହ ହିଁ ମୋତେ ଘରକୁ ଫେରିବାର ଥାଏ। ଅସହଜ ଅନୁଭବ କରିବାର କିଛି କାରଣ ନାହିଁ।

୬. ଆପଣ ନ‌ିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ସହ ବେଶି କାମ କରିଛନ୍ତି। ତାହାର କାରଣ କ’ଣ?

ସିନେମା ତ ମୁଁ ଅନେକ ନିର୍ଦ୍ଦେଶକଙ୍କ ସହ କରିିଛି। ସୁଶାନ୍ତ ମଣିଙ୍କ ସହ ମ୍ୟୁଜିକ୍‌ ଭିଡିଓ ବେଶି କରିଛି। ସେ ହିଁ ମୋ‌ତେ ଠିକ୍‌ ଭାବେ ‘ହ୍ୟାଣ୍ଡେଲ୍‌’ କରିପାରନ୍ତି। ତାଙ୍କ ସହ କାମ କଲା ବେଳେ ଭାରି ଭଲ ଲାଗେ।

୭. ଆପଣ ସହକାରୀ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ପାଦ ଦେଇଥିଲେ। ହେଲେ ଏଯାଏ ନିର୍ଦ୍ଦେଶନା କ୍ଷେତ୍ରରେ ସଫଳ ହୋଇ ପାରିନାହାନ୍ତି। ନିର୍ଦ୍ଦେଶକରୁ ଅଭିନେତା କିପରି ପାଲଟିଗଲେ?

ମୁଁ ଅଭିନେତା ହେବାକୁ ହିଁ ଆସିଥିଲି। ପିଲାଟିଦିନରୁ ଅନେକ ଛୋଟ ମୋଟ ଅଭିନୟ ପାଇଁ ପ୍ରଶଂସିତ ହୋଇଛି। ନିର୍ଦ୍ଦେଶନା କ୍ଷେତ୍ରରେ ରାଜୁ ମିଶ୍ର ମୋର ଗୁରୁ। ମୁଁ ତାଙ୍କ ସହ ହିଁ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲି। ମୁଁ  ଦିଗ୍‌ଦର୍ଶନରେ ଅନେକ କାମ ବି ଶିଖିଗଲି। ହେଲେ ପ୍ରଯୋଜକଙ୍କୁ ପଟାଇବାର କଳା ଶିଖି ପାରିଲି ନାହିଁ। ଯେଉଁଥିପାଇଁ ମୁଁ ସେ ଦିଗରେ ସଫଳ ହୋଇପାରିଲି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button