ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ପାଦ ଓ ତଳିପାଦରେ ମାଲିସ କଲେ ମିଳିଥାଏ ଏହି ଚମତ୍କାରୀ ଫାଇଦା, ଭଲ ହୋଇଯାଏ ଏହି ୧୦ଟି ରୋଗ

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶୋଇବା ପୂର୍ବରୁ ତଳିପାଦ ମାଲିସ କଲେ, କେଉଁ ରୋଗ ଦୂର ହେବା ସହିତ ଆପଣଙ୍କୁ ଉପଶମ ମିଳିବ। ଆମ ପାଦ ତଳେ ଏଭଳି କିଛି ପଏଣ୍ଟ ରହିଛି, ଯାହା ଆମ ଶରୀରର ଅଲଗା ଅଙ୍ଗ ସହିତ ଜଡିତ ହୋଇ ରହିଛି। ଯଦି ପାଦର ଏହି ପଏଣ୍ଟ ଗୁଡ଼ିକରେ ରାତିରେ ମାଲିସ କରାଯାଏ, ତାହେଲେ ଶାରୀରିକ ରୂପରେ ସୁସ୍ଥତା ବଜାୟ ରହିଥାଏ ଓ ଆମେ ସୁସ୍ଥ ରହି ଥାଉ।

ଆସନ୍ତୁ ଜାଣିବା ପାଦର ମାଲିସ କରିବା ଦ୍ଵାରା କଣ କଣ ଫାଇଦା ହୋଇଥାଏ। ଶୋଇବା ପୂର୍ବରୁ ଯଦି ସୋରିଷ ତେଲରେ ତଳି ପାଦର ମାଲିସ କରାଯାଏ, ତାହେଲେ ଏହାର ଅନେକ ଫାଇଦା ଆମକୁ ମିଳିଥାଏ। ଏହାଦ୍ଵାରା ଶରୀର ମଧ୍ୟରେ ରକ୍ତସଞ୍ଚାଳନ ବୃଦ୍ଧି ପାଏ। ଏହି ତେଲରେ ଅନେକ ଭିଟାମିନ ଏବଂ ଅନ୍ୟ ପଦାର୍ଥ ରହିଛି, ଯାହା ଆମ ଶରୀରର ସମସ୍ତ ବ୍ୟଥାକୁ ସମାପ୍ତ କରିବା ସହିତ ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ସୋରିଷ ତେଲ ମାଲିସ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ। ଶୋଇବା ପୂର୍ବରୁ ଯଦି ଆପଣ ପାଦ ତଳ ମାଲିସ କରି ଶୁଅନ୍ତି, ତାହେଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢିଥାଏ। ଏହା ଆଖି ପାଇଁ ବହୁତ ଲାଭଦାୟକ ଅଟେ। ଯେଉଁ ମାନଙ୍କର ଶରୀରର ରକ୍ତସଂଚାଳନ ଠିକ୍ ଭାବରେ ହୁଏ ନାହିଁ କିମ୍ବା ଯେଉଁ ମାନଙ୍କୁ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି, ସେମାନଙ୍କୁ ନିଜ ପାଦରେ ସୋରିଷ ତେଲ ମାଲିସ କରିବା ଅତ୍ୟନ୍ତ ଜରୁରୀ ଅଟେ।

ଶରୀରରେ ରକ୍ତସଂଚାଳନକୁ ସଠିକ ରଖିବା ପାଇଁ ପାଦତଳକୁ ମାଲିସ କରିବା ନିହାତି ଜରୁରୀ ଅଟେ। ପ୍ରଥମେ ୧୦ ମିନିଟ ପର୍ଯ୍ୟନ୍ତ ତଳି ପାଦକୁ ମାଲିସ କରିବା ଦ୍ଵାରା ରକ୍ତସଞ୍ଚାଳନ ସଠିକ ଭାବରେ ହୋଇଥାଏ।ଏହା ଶରୀର ପାଇଁ ଉତ୍ତମ ସାବ୍ୟସ୍ତ ହୁଏ।ଯେଉଁମାନଙ୍କର ମଧୁମେହ ରୋଗ କାରଣରୁ ପାଦ ତଳେ ଶୁନ ପଡିଯିବା ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ, ସୋରିଷ ତେଲକୁ ତଳିପାଦରେ ମାଲିସ କରିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଯାଇଥାଏ।

ଯେଉଁମାନଙ୍କ ପାଦତଳ ଅଧିକ ବ୍ୟଥା ରହିଥାଏ ବା ଯେଉଁ ମାନଙ୍କୁ ଆଣ୍ଠୁ ତଳକୁ ଅଧିକ ଯନ୍ତ୍ରଣା ହୋଇଥାଏ, ସେମାନେ ମଧ୍ୟ ପ୍ରତିଦିନ ରାତିରେ ଶୋଇବା ସମୟରେ ତଳି ପାଦର ମାଲିସ କରିବା ଉଚିତ। ସୋରିଷ ତେଲରେ କରାଯାଇଥିବା ମାଲିସ, ପାଦ ତଥା ମାଂସପେଶୀକୁ ଆରାମ ଦେଇଥାଏ।

ଏହାସହିତ ଆପଣଙ୍କ ପାଦ ଫୁଲା ମଧ୍ୟ କମିଯାଇଥାଏ। ଯଦି ମାଲିସ କରିବା ପୂର୍ବରୁ ପାଦକୁ ଅଳ୍ପ ଗରମ ପାଣିରେ ଧୋଇ ଦିଆ ଯାଇଥାଏ ଅଥବା ଆପଣ ନିଜ ପାଦକୁ ଉଷୁମ ପାଣିରେ ବୁଢାଇ ରଖନ୍ତି ଏବଂ ଏହାପରେ ସୋରିଷ ତେଲରେ ନିଜ ପାଦକୁ ମାଲିସ କରନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button