ମନୋରଞ୍ଜନ

ଫେବ୍ରୁଆରି ୨୩ରେ ‘ଭୋଟ୍’ – Kalinga News

[ad_1]

ଋତୁପ୍ରିୟା ପ୍ରଡକସନ୍ସସ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ଭୋଟ୍’ ଫେବ୍ରୁଆରି ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ପ୍ରଯୋଜକ ଅତୀଶ କୁମାର ରାଉତଙ୍କର ଏହା ପଞ୍ଚମ ସିନେମା ହୋଇଥିବା ବେଳେ ନିର୍ଦେଶକ ଦେବାଶିଷ ମହାପାତ୍ରଙ୍କର ଏହା ହେଉଛି ପ୍ରଥମ ଓଡ଼ିଆ ଛବି। ସେ ଏହାର ସଂଳାପ ବି ଲେଖିଛନ୍ତି। ନାଟ୍ୟକାର ଅଜୟ ମହାପାତ୍ରଙ୍କ ନାଟକ ‘ଭୋଟ୍’ର କାହାଣୀର ଆଧାରରେ ଏହି ସିନେମା ତିଆରି ହୋଇଛି। ଏଥିରେ ସୂର୍ଯ୍ୟ ମହାନ୍ତି, ରାନୁ ପାଢ଼ୀ, ଚକ୍ରଧର ଜେନା, ଉଷସୀ ମିଶ୍ର, ହର ରଥ ଓ ପିଙ୍କି ପ୍ରିୟଦର୍ଶିନୀଙ୍କ ଭଳି ଚିହ୍ନାମୁହଁ ସଙ୍ଗକୁ ସୁଶାନ୍ତ, ସୀତାଂଶୁ, ସୌମ୍ୟ, ଲଭଲି ଓ ଶ୍ରେୟା ମହାନ୍ତିଙ୍କ ପରି ନୂଆ ପ୍ରତିଭା ନଜର ଆସିବେ।

ଫିଲ୍ମଟି ସଂପୂର୍ଣ୍ଣ ପାରିବାରିକ କଥାବସ୍ତୁ ଉପରେ ଆଧାରିତ। ପ୍ରଶାନ୍ତେନୁ ମହାପାତ୍ର ଏହାର ସିନେମାଟୋଗ୍ରାଫର୍। ଜୟଦେବ ପୁରସ୍କାରପ୍ରାପ୍ତ ଓଡ଼ିଆ ଏଡିଟର ରବି ପଟ୍ଟନାୟକ ଏହାର ସଂପାଦନା କରିଛନ୍ତି। ବିକାଶ ଦାସ ଏହାର ସଙ୍ଗୀତକାର। ମୋହିତ ଚକ୍ରବର୍ତ୍ତୀ ଓ ବାପୁ ଗୋସ୍ବାମୀ ‘ଭୋଟ୍’ ପାଇଁ ଗୀତ ଲେଖିଛନ୍ତି। ଏହାର ଗୀତଗୁଡ଼ିକରେ ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପସା ମହାପାତ୍ର, ବିଷ୍ଣୁ ମୋହନ କବି ଓ ସତ୍ୟଜିତ ପ୍ରଧାନ ପ୍ରମୁଖ କଣ୍ଠଦାନ କରିଛନ୍ତି। ସୁପ୍ରିୟା ରାଉତ ଏହାର ସହ ପ୍ରଯୋଜକ।
ସାଧାରଣ ନିର୍ବାଚନ ବର୍ଷରେ ଏହା ମୁକ୍ତିଲାଭ କରୁଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button