ମନୋରଞ୍ଜନ

ଏଥର ରଜ ସିନେମାରେ ରଜ ଗୀତ – Kalinga News

[ad_1]

ବହୁ ଦିନର ବ୍ୟବଧାନରେ ବଡ଼ ପରଦାରେ ପୁଣି ଦୁଇଟି ରଜ ଗୀତ ଦେଖିବାକୁ ଯାଉଛନ୍ତି ଦର୍ଶକ। ଏଥିମଧ୍ୟରୁ ଗୋଟିଏ ଗୀତ ହେଲା, ‘ରଜ ଲାଗୁଛି ସଜସଜ, ସଜ ଲାଗୁଛି ରଜ ରଜ…।’ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତକାର ଅସଦ୍ ନିଜାମ୍। ରଜରେ ପରଦାକୁ ଆସିଥିବା ଅନ୍‌ସମିସ୍ ପ୍ରଡକ୍ସନ୍‌ ନିବେଦିତ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ରେ ଗୋଟିଏ ରଜ ଗୀତ ରହିଛି। ଏଥିରେ ଲିପ୍‌ସା, ପ୍ରୀତମ୍, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଉଷସୀ ମିଶ୍ର, ପ୍ରତିଭା ପଣ୍ଡା, ସ୍ମିତା ମହାନ୍ତି, ଦେବୁ ବ୍ରହ୍ମା, ଦୈତାରି ପଣ୍ଡା ଓ ଶକ୍ତି ବରାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ୟଶ୍-ସୁନୀଲ୍ ଯୋଡ଼ି।

ରଜ ଅବସରରେ ମୁକ୍ତିଲାଭ କରିଛି ୪ଟି ନୂଆ ଓଡ଼ିଆ ସିନେମା। ଆଉ ଏ ମଧ୍ୟରୁ ଦୁଇଟିରେ ରହିଛି ରଜ ଗୀତ। ଏହା ହିଁ ଚଳିତ ରଜ ବଜାରର ଭିନ୍ନତା ବୋଲି କୁହାଯାଇପାରେ।

ଏଣେ ରଜ ବଜାରର ଅନ୍ୟ ଏକ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ରେ ମଧ୍ୟ ଗୋଟିଏ ରଜ ଗୀତ ରହିଛି। ତାହା ହେଲା, ‘ତୁ ଯୋଉ ଦିନ ହଉ ଲୋ ସଜ, ସେଇ ଦିନ ହୁଏ ପହିଲି ରଜ…।’ ଏହାର ସଙ୍ଗୀତକାର ପ୍ରେମ ଆନନ୍ଦ। ଏଥିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର ଓ ଦୀପ୍ତିରେଖା ପାଢ଼ୀ। ଏହି ଗୀତ ଦୃଶ୍ୟରେ ସ୍ବରାଜ, ଭୂମିକା, ସୂର୍ଯ୍ୟମୟୀ ଓ ଶୁଭମ୍‌ଙ୍କୁ ଦେଖିବାକୁ ମିଳିଛି। ତାପସ ସରଘରିଆ ଏହାର ନିର୍ଦ୍ଦେଶକ। ଏହା ଆଗରୁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ଅଭିଜିତ୍‌ ମଜୁମ୍‌ଦାରଙ୍କ ସ୍ବରାରୋପିତ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ (୨୦୧୮)ରେ ‘ଲେଟ୍‌ସ ସେଲିବ୍ରେଟ୍‌ ରଜ’ ଗୀତ ସ୍ଥାନିତ ହୋଇଥିଲା। ଏଣେ ୨୦୧୦ରେ ମୁକ୍ତିଲାଭ କରିଥିବା ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ପହିଲି ରଜ’ରେ ବି ଅନୁରୂପ ଏକ ରଜ ଗୀତର ମଜା ଉଠାଇଥିଲେ ସିନେପ୍ରେମୀ। ଗୀତଟି ଥିଲା, ‘ଆଇଲାରେ ପହିଲି ରଜ, ନାଚିବା ଗାଇବା ଦୋଳିରେ ଝୁଲିବା..।’ ରବି ନାରାୟଣ ନନ୍ଦଙ୍କ ସ୍ବର ସଂଯୋଜନାରେ ଏହି ଗୀତରେ କଣ୍ଠଦାନ କରିଥିଲେ ଗୋବିନ୍ଦ ଚନ୍ଦ୍ର ଓ ତପୁ ମିଶ୍ର।
ଆଗକୁ ବି ରଜ ଗୀତ ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
– ଶିବଶଙ୍କର ଓଝା



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button