ମନୋରଞ୍ଜନ

ମନାକଲେ ନୀହାରିକା, ଆସିଲେ ଅନିତା: ପରଦା ପଛର କଥା… – Kalinga News

[ad_1]

୧୯୯୧ରେ ମୁକ୍ତିଲାଭ କରିଥିବା ଏକ ସୁପରହିଟ୍ ଓଡ଼ିଆ ସିନେମା ହେଲା ‘କି ହେବ ଶୁଆ ପୋଷିଲେ’। ଏହାର ପ୍ରଯୋଜକ ଥିଲେ ରବି ସ୍ବାଇଁ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ବସନ୍ତ ସାହୁ। କହିବା ବାହୁଲ୍ୟ ଯେ ‘କି ହେବ ଶୁଆ ପୋଷିଲେ’ ହେଉଛି ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ପ୍ରଥମ ସିନେମା। ପ୍ରଯୋଜକ ରବି ସ୍ବାଇଁ ଏହା ପୂର୍ବରୁ ‘ଜୋର୍-ଯା’ର ମୁଲକ ତାର’ ଶୀର୍ଷକରେ ଏକ ସିନେମାର ପ୍ରଯୋଜନା କରିସାରିଥାନ୍ତି। ଏହାର ନିର୍ଦ୍ଦେଶକ ଥିଲେ ଅଲ୍‌ରାଉଣ୍ଡର୍ ରାଜୁ ମିଶ୍ର। ଫିଲ୍ମଟିକୁ ମଧ୍ୟ ବ୍ୟାବସାୟିକ ସଫଳତା ମିଳିଥିଲା। ହେଲେ ରବି ସ୍ବାଇଁ ରାଜୁ ମିଶ୍ରଙ୍କୁ ନ ନେଇ ନବାଗତ ବସନ୍ତ ସାହୁଙ୍କୁ ନେଇ ଫିଲ୍ମ ‘କି ହେବ ଶୁଆ ପୋଷିଲେ’ର ଯୋଜନା କରିଲେ। ଏହି ସିନେମାରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ ଅନିତା ଦାସ।

ତେବେ ‘କି ହେବ ଶୁଆ ପୋଷିଲେ’ରେ ଏହି ଭୂମିକା ନିଭାଇବା ଲାଗି ପ୍ରଥମେ ଜଣାଶୁଣା ଅଭିନେତ୍ରୀ ନୀହାରିକା ସାହୁଙ୍କୁ ଅଫର୍ ଦିଆଯାଇଥିଲା। ଏପରିକି ନିଜେ ପ୍ରଯୋଜକ ରବି ସ୍ବାଇଁ ମଧ୍ୟ ନୀହାରିକାଙ୍କୁ ନେବା ଲାଗି ଏକ ପ୍ରକାରର ଜିଦ୍ ଧରିଥିଲେ। ନୀହାରିକା କିନ୍ତୁ ଭୂମିକାଟିର ଗାମ୍ଭୀର୍ଯ୍ୟକୁ ଲକ୍ଷ୍ୟ କରି ସେ ପାରିବେନି ବୋଲି ଅନୁଭବ କଲେ। ଏହି କାରଣରୁ ସେ ମନା କରି ଦେଇଥିଲେ। ତା’ପରେ ବି ପ୍ରଯୋଜକ ରବି ସ୍ବାଇଁ ନୀହାରିକାଙ୍କୁ ବୁଝାଇଥିଲେ। ହେଲେ କୌଣସିମତେ ରାଜି ହେଲେନି ନୀହାରିକା। ତା’ପରେ ନୀହାରିକାଙ୍କ ବଦଳରେ କାହାକୁ ନିଆଯିବ ବୋଲି ବିଚାର ବିମର୍ଶ ହେଲା। ପରିଶେଷରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଅନିତା ଦାସଙ୍କୁ ଉକ୍ତ ଭୂମିକା ଲାଗି ଅଫର୍ ଦେଇଥିଲେ। ଅନିତା ଦାସ କାହାଣୀଟି ଶୁଣୁ ଶୁଣୁ ରାଜି ହୋଇଯାଇଥିଲେ। ବାସ୍ ଏହାପରେ ‘କି ହେବ ଶୁଆ ପୋଷିଲେ’ରେ ବିଜୟଙ୍କ ପତ୍ନୀ ଭୂମିକା ପାଇଥିଲେ ଅନିତା ଦାସ। ଅନିତା ଦାସ ମଧ୍ୟ ‘କି ହେବ ଶୁଆ ପୋଷିଲେ’ରେ ପ୍ରଭାବଶାଳୀ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହା ତାଙ୍କ କ୍ୟାରିଅରର ଏକ ମାଇଲ୍ ଖୁଣ୍ଟ ଥିଲା। ଉଲ୍ଲେଖଯୋଗ୍ୟ, ପ୍ରଯୋଜକ ରବି ସ୍ବାଇଁଙ୍କ ଏହି ସିନେମାର ସଂଳାପ ଲେଖିଥିଲେ ବିଜୟ ମିଶ୍ର। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବରୂପ ନାୟକ।
-ଶିବ ଶଙ୍କର ଓଝା



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button