ଖେଳ ଖବର

ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ ୨୦୨୪ : କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଓ ଇଣ୍ଡିଆ କ୍ୟାପିଟଲ୍ସ ମୁକାବିଲା

ସୁରଟ ୨୯।୦୯ : ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । କୋଣାର୍କ ସୂରିୟାସ ଓଡ଼ିଶା ନିଜର ପରବର୍ତ୍ତୀ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରେ ଦୀନେଶ କାର୍ତ୍ତିକଙ୍କ ଇଣ୍ଡିଆ କ୍ୟାପିଟଲ୍ସକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚ୍ ରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି।

 

ସେପ୍ଟେମ୍ବର ୨୦ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବିଜୟରୁ ଆରମ୍ଭ କରିଥିଲା ଅଭିଯାନ। ଏହି କ୍ରିକେଟ ଲିଗ୍ର ପ୍ରଥମ ମ୍ୟାଚ୍ ୨୦ ତାରିଖ ଦିନ ରାଜସ୍ଥାନର ଜୋଦପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଲୋ ସ୍କୋରିଂ ସତ୍ତ୍ବେ ମ୍ୟାଚ୍ କିନ୍ତୁ ବହୁତ ରୋମାଞ୍ଚକର ଥିଲା। ହେଲେ ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବାକୁ ଥିବା କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ହେବାକୁଥିବା ମ୍ୟାଚ୍ ବାତିଲ୍ କରାଯାଇଥିଲା। ଲଗାଣ ବର୍ଷା ହେତୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। ମ୍ୟାଚ୍ ବାତିଲ ହେତୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଛି।

ପାଣିପାଗ ପୂର୍ବାନୁମାନ-

ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ମ୍ୟାଚ୍ ପାଇଁ ପଡ଼ିଆକୁ ଠିକ ରଖିବା ପାଇଁ ଗ୍ରାଉଣ୍ଡ କର୍ମଚାରୀମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଆଶା କରାଯାଉଛି ଯେ କ୍ରିକେଟ୍ ପ୍ରେମୀମାନେ ରବିବାର ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ପଡ଼ିଆରେ ଦମଦାର ମ୍ୟାଚ୍ ଦେଖିବାର ମିଳିବ ।

ଦଳର ସ୍କ୍ବାଡ୍ ତାଲିକା

କୋଣାର୍କ ସୂର୍ଯ୍ୟ ଓଡ଼ିଶା

କୋଣାର୍କ ସୂରିୟାସ ଓଡ଼ିଶା ଦଳରେ ସାମିଲ ଅଛନ୍ତି – ଇରଫାନ୍ ପଠାନ୍ (କ୍ୟାପ୍ଟେନ), ୟୁସୁଫ୍ ପଠାନ୍, ଶାହବାଜ୍ ନଦୀମ୍, ବିନୟ କୁମାର୍, ଫିଡେଲ୍ ଏଡୱାର୍ଡସ୍, କେଭିନ୍ ଓ’ବ୍ରାଇନ୍, ପ୍ରବୀଣ ତାମ୍ବେ, ବେନ୍ ଲଫଲିନ୍, ଅମ୍ବାନ୍ତି ରାୟୁଡୁ, ନବୀନ ଷ୍ଟିୱାର୍ଟ, ରସ୍ ଟେଲର୍, ରିଚାର୍ଡ୍ ଲେଭି, ଦିଲସାନ୍ ମୁନାୱେରା, କେପି ଅପାନ୍ନା, ଦିୱେଶ୍ ପାଥାନିଆ, ରାଜେଶ ବିଷ୍ନୋଇ, ନଟରାଜ ବେହେରା।

ଇଣ୍ଡିଆ କ୍ୟାପିଟଲ୍ସ

ସେହିପରି ଏହି ଦଳରେ ସାମିଲ ଅଛନ୍ତି ଇଆନ୍ ବେଲ୍, ଡୱେନ୍ ସ୍ମିଥ୍, ଆସଲେ ନର୍ସ, ଧାୱାଲ କୁଲକର୍ଣ୍ଣି, ଧ୍ରୁବ ରାୱଲ, ବରିନ୍ଦର ସାରନ, ରବି ବୋପାରା, ପରବିନ୍ଦର ଆୱାନା, ନମନ ଓଝା, କ୍ରିସ ମପୋଫୁ, ଇକବାଲ ଅବଦୁଲ୍ଲା, କିର୍କ ଏଡୱାର୍ଡସ, ପଙ୍କଜ ସିଂହ, ପୱନ ସୁଆଲ, ରାହୁଲ ଶର୍ମା, ଜ୍ଞାନେଶ୍ବର ରାଓ, ଫୈଜ ଫୈଜଲ୍, କଲିନ୍ ଡି ଗ୍ରାଣ୍ଡହୋମେ, ଭାରତ ଚିପଲି, ବେନ୍ ଡଙ୍କ୍

ଅଭ୍ୟାସ ସମୟରେ ଯୁବ ଖେଳାଳି

ଚାରିଜଣ ଯୁବ ଖେଳାଳି, ଯେଉଁମାନେ ପୂର୍ବରୁ U-16, U-19 ଏବଂ U-23 ଲେଭଲରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରତିନିଧିତ୍ୱ କରିଥିଲେ, ସେମାନେ ନେଟ୍ସ ବୋଲର ଭାବରେ ଦଳରେ ଯୋଗ ଦେଇଛନ୍ତି। ଖେଳାଳିମାନଙ୍କ ସହିତ ନେଟରେ ଅଭ୍ୟାସ କରିବା ସମୟରେ ସେମାନେ ବହୁତ ଉତ୍ସାହିତ ଥିଲେ।

U-23 ଲେଭଲରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଲେଫ୍ଟ ସ୍ପିନର ସୌରଭ କନୋଜିଆ କହିଛନ୍ତି, “ଏହା ପୂର୍ବରୁ ମୋର ଶାହାବାଜ ନାଦିମଙ୍କ ସହ ଯୋଗାଯୋଗ କରିବାର ଗୋଟିଏ ସୁଯୋଗ ଥିଲା। ସେ ମୋତେ ମନେ ରଖିଛନ୍ତି କି ନାହିଁ ମୁଁ ଜାଣେ ନାହିଁ କିନ୍ତୁ ଅଭିଜ୍ଞ ଲେଫ୍ଟ ସ୍ପିନରଙ୍କଠାରୁ କିଛି ଭଲ ଜ୍ଞାନ ଗ୍ରହଣ କରିବାକୁ ମୁଁ ଏହି ସୁଯୋଗକୁ ବ୍ୟବହାର କରିବି।”

ଲେଫ୍ଟ ଆର୍ମ ପେସ୍ ବୋଲର ସାହିଲ ପ୍ରସାଦ କହିଛନ୍ତି, “ଇରଫାନ ପଠାନ ଦଳରେ ଅଛନ୍ତି, ଯାହା ମୋ ପାଇଁ ଏକ ସ୍ୱପ୍ନ ଭଳି, କାରଣ ମୁଁ ମାଷ୍ଟ୍ରୋରୁ ଦ୍ରୁତ ବୋଲିଂ ବିଷୟରେ ଅନେକ କିଛି ଜାଣିବି। ମୁଁ ବହୁତ କୃତଜ୍ଞ ଯେ କେଏସଓ ମୋତେ ଏଭଳି ସୁଯୋଗ ଦେଇଥିବାରୁ।”

ସେହିପରି ଡାହାଣ ହାତ ଦ୍ରୁତ ବୋଲର ଜଗଦୀଶ ମହାପାତ୍ର ମଧ୍ୟ ଏହି ଦଳର ଅଂଶ ହୋଇ ଉତ୍ସାହ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି, “ଦଳର ଏକ ଅଂଶ ହେବା ଏବଂ କ୍ରିକେଟର କେତେକ ଶ୍ରେଷ୍ଠ ଖେଳାଳିଙ୍କ ସହ ଅଭ୍ୟାସ କରିବା ଏକ ସ୍ୱପ୍ନ ଭଳି। ସେମାନଙ୍କର ଅଭିଜ୍ଞତା ଏବଂ ମାର୍ଗଦର୍ଶନ ନିଶ୍ଚିତ ଭାବରେ ଆମକୁ କ୍ୟାରିୟର୍ ଆଗକୁ ନେବାରେ ସାହାଯ୍ୟ କରିବ।”

ଅନ୍ୟ ଜଣେ ଲେଫ୍ଟ ସ୍ପିନର ସୁଶୀଲ କୁମାର ବାରିକ କହିଛନ୍ତି, ‘‘ମୁଁ କ୍ରିକେଟ୍ ବିଷୟରେ ଯେତିକି ଜ୍ଞାନ ଆହରଣ କରିବି ତାହା ଆଶା କରୁଛି ଯାହା ମୋ ଜୀବନରେ ସମୃଦ୍ଧ ହେବା ସହ ମୋର ବ୍ୟାଟିଂ ସହିତ ମୋର ବୋଲିଂର ବିକାଶରେ ସାହାଯ୍ୟ କରିବ।’’

ମ୍ୟାଚ୍ ବିବରଣୀ

କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଦୀନେଶ କାର୍ତ୍ତିକଙ୍କ ଇଣ୍ଡିଆ କ୍ୟାପିଟଲ୍ସକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ରୁ ଆରମ୍ଭ ହେବାକୁ ଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button