ବିଜେଡିରେ ଯୋଗ ଦେଲେ ସଂତୃପ୍ତ ମିଶ୍ର: ଜାତୀୟ ମୁଖପାତ୍ର ହେଲେ – Kalinga News

[ad_1]
ରାଜ୍ୟସଭା ଯିବା ନେଇ ଚର୍ଚ୍ଚା, ଦାସବର୍ମାଙ୍କୁ ମୁଖପାତ୍ର କରାଗଲା
ଭୁବନେଶ୍ବର: ଦେଶର କର୍ପୋରେଟ୍ ଜଗତର ଜଣାଶୁଣା ଚେହେରା ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ସେ ବିଜେଡିରୁ ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ପୂର୍ବାହ୍ନରେ ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡକାଯାଇଥିଲା। ସେଠାରେ ସମସ୍ତଙ୍କ ଉପସ୍ଥିତିରେ ସଂତୃପ୍ତ ମିଶ୍ରଙ୍କର ବିଜେଡିରେ ଯୋଗଦାନ ନେଇ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଶ୍ରୀ ପଟ୍ଟନାୟକ କହିଲେ, ‘ବିଜେଡିକୁ ସଂତୃପ୍ତ ମିଶ୍ରଙ୍କୁ ସ୍ବାଗତ କରୁଛି। ସେ ଓଡ଼ିଶାରେ ଆମ ଭଲ କାମରେ ସହଯୋଗ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଚାକିରି ଛାଡ଼ିଛନ୍ତି।’

Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ବାସିନ୍ଦା ଶ୍ରୀ ମିଶ୍ର କର୍ପୋରେଟ୍ ଜଗତରେ ପାଖାପାଖି ତିନି ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି। ସେ ଆଦିତ୍ୟ ବିର୍ଲା ଗ୍ରୁପ୍ରେ ଉଚ୍ଚ ପଦବିରେ ବହୁ ଦିନ ଧରି କାର୍ଯ୍ୟ କରି ନିକଟରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୨୦୨୧ରେ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ଏକାମ୍ର ଐତିହ୍ୟ ପ୍ରକଳ୍ପର ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପତ୍ନୀ ଅଳକା ମିଶ୍ର ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ବହୁ ବର୍ଷ ହେଲା ରାଜ୍ୟ ବାହାରେ ଥିଲି। ଓଡ଼ିଶାକୁ ଫେରି ରାଜ୍ୟ ପାଇଁ କିଛି କାମ କରିବାକୁ ମୋର ଇଚ୍ଛା ଥିଲା। ବିଜେଡି ମାଧ୍ୟମରେ ରାଜ୍ୟର ସେବା କରିବାକୁ ସୁଯୋଗ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ମୋତେ ପ୍ରଭାବିତ କରିଥିଲା। ପୁରୀ ପରିକ୍ରମା ପ୍ରକଳ୍ପ କରି ସେ ଯେପରି ଆଧ୍ୟାତ୍ମିକ ଭାବ ଆଣିଛନ୍ତି, ତାହା ଦେଖି ମୁଁ ପ୍ରେରଣା ପାଇଛି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ମୁଁ ଏବେ ବିଜେଡିରେ ଯୋଗ ଦେଇଛି। ଯାହା ଦାୟିତ୍ବ ଦିଆଯିବ, ତାହାକୁ ମୁଁ ଶୃଙ୍ଖଳିତ ଭାବେ କରିବି।
[ad_2]