ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ: ଅକ୍ଟୋବରରୁ ଇସ୍ତଫା, ଏବେ ମିଳିଲା ଚିଠି – Kalinga News

[ad_1]

ସମାନ୍ତରାଳ ସଂଗଠନକୁ ଦାୟୀ କଲେ, ବିଜେପି‌‌କୁ ଯାଇପାରନ୍ତି

କେନ୍ଦୁଝର/ ତେଲକୋଇ: ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ। ସଭାସମିତିକୁ ଆସୁନଥିଲେ। ସେ ଆଉ ବିଜେଡିରେ ନଥିବା ନେଇ ଚର୍ଚ୍ଚା ହେଉଥିଲା। ଗତ ଅକ୍ଟୋବରରୁ ପ୍ରେମାନନ୍ଦ ଦଳରୁ ଇସ୍ତଫା ଦେଇଥିବା ନେଇ ଆଲୋଚନା ହେଉଥିଲା। ଆଜି ତାଙ୍କ ଇସ୍ତଫାପତ୍ର ଗଣମାଧ୍ୟମର ହସ୍ତଗତ ​ହେବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ପ୍ରେମାନନ୍ଦ ବିଜେଡିରୁ ଇସ୍ତଫା ଦେଇଥିବା ସ୍ପଷ୍ଟ ହୋଇଛି। ଦଳରେ ଅଣଦେଖା ଓ ନିଜ ନିର୍ବାଚନମଣ୍ଡଳୀରେ ସମାନ୍ତରଳ ସଂଗଠନ ଚାଲିବାରୁ ବିଜେଡିରୁ ଇସ୍ତଫା ଦେଇଥିବା ପ୍ରେମାନନ୍ଦ କହିଛନ୍ତି। ତେଲକୋଇ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଛନ୍ତି ଇଂ ପ୍ରେମାନନ୍ଦ ନାୟକ। ୨୦୦୯ରେ ପରେ ୨୦୧୯ରେ ବିଧାୟକ ନିର୍ବାଚିତ ହେବାପରେ ତାଙ୍କୁ ଦକ୍ଷତା ବିକାଶ ମନ୍ତ୍ରୀ କରାଯାଇଥିଲା। ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍‌ ପଡ଼ିଥିଲେ। ଏହାପର ଠାରୁ ସେ ଧୀରେଧୀରେ ଦଳୀୟ କାର୍ଯ୍ୟକ୍ରମରେ ନଜର ଆସିଲେ ନାହିଁ। ବିଜେଡିର ପ୍ରତିଷ୍ଠା ଦିବସଠାରୁ ଆରମ୍ଭ କରି ପଦଯାତ୍ରା, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହୋଇନଥିଲେ।

ଅକ୍ଟୋବର ୧୨ରେ ପ୍ରେମାନନ୍ଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଥିଲେ। ତାଙ୍କ ଇସ୍ତଫାପତ୍ରକୁ ସେତେବେଳେ ବିଜେଡି କିମ୍ବା ଖୋଦ ବିଧାୟକଙ୍କ ପକ୍ଷରୁ ସାର୍ବଜନୀନ କରାଯାଇ ନଥିଲା। ଆଜି ତାଙ୍କ ଇସ୍ତଫାପତ୍ର ଲୋକ‌ଲୋଚନକୁ ଆସିବା ପରେ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଦଳରେ ସେ ବହୁଦିନ ହେବ କୋଣଠେସା ହୋଇ ରହିଥିଲେ। ତେଲକୋଇ ନିର୍ବାଚନମଣ୍ଡଳୀରେ ସମାନ୍ତରଳ ସଂଗଠନ ଚାଲିଥିବା ବେଳେ ତାଙ୍କୁ କୌଣସି କଥାରେ ପଚରା ଯାଉନଥିଲା। ଏମିତିକି ସେ ମନ୍ତ୍ରୀ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇନଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାରମ୍ବାର ଦଳ ବଦଳାଉଥିବା ଜଣେ ବ୍ୟକ୍ତିଙ୍କୁ ବିଜେଡିରେ ସାମିଲ କରାଗଲା। ସଂପୃକ୍ତ ବ୍ୟକ୍ତି ନିଜର ସମାନ୍ତରାଳ ସଂଗଠନ କଲେ। ଏ ସମ୍ପର୍କରେ ଜଣାଇଲେ ବି କେହି ଶୁଣିଲେ ନାହିଁ। ତେଣୁ ସେ ବିଜେଡିରେ ଆଉ ରହିବାକୁ ଚାହିଁଲେ ନାହିଁ ବୋଲି ପ୍ରେମାନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ପ୍ରେମାନନ୍ଦ ବିଜେଡି ଛାଡ଼ିବା ପରେ ସେ ବିଜେପିର ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏନେଇ ସେ ଦଳର ଜାତୀୟସ୍ତରର ନେତୃବୃନ୍ଦଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିବା କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button