ଖେଳ ଖବର

ଧୋନିଙ୍କ ଲୋକପ୍ରିୟତା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି: ପ୍ୟାଟ୍ କମିନ୍ସ – Kalinga News

[ad_1]

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ୧୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୬ ରନ୍‌ର ଲକ୍ଷ୍ୟକୁ ପିଛ‌ା କରି ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୬ ରନ୍‌ ହାସଲ କରିଥିଲା । ଚେନ୍ନାଇ ୧୬୫ରନ୍ କରିଥିବା ବେଳେ ହାଇଦ୍ରାବାଦ ୧୬୬ରନ୍ କରି ବାଜି ଜିତି ନେଇଥିଲା। ତେବେ ମ୍ୟାଚ୍ ଶେଷ ହେବା ପରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ ଯେତେବେଳେ ସାକ୍ଷାତକାର ଦେଲେ ସେତେବେଳେ ସେ ଧୋନିଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା।

ଧୋନିଙ୍କ ବିଷୟରେ ପଚରାଯିବା ପରେ ସେ କହିଥିଲେ ଯେ, ଧୋନି ଯେତେବେଳେ ପଡ଼ିଆକୁ ଆସିଲେ ସେତେବେଳେ ଷ୍ଟାଡିୟମରେ ବସିଥିବା ‌ଲୋକଙ୍କ ପାଟି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କୌଣସି କ୍ରିକେଟରଙ୍କୁ ଏତେ ଲୋକ ପ୍ରୋତ୍ସାହିତ କରିବାର ଦୃଶ୍ୟ ମୁଁ ପ୍ରଥମ ଥର ପାଇଁ ଦେଖିଲି।

ତେବେ ହାଇଦ୍ରାବାଦର ଖେଳାଳିଙ୍କ ରନ୍ ଦେଖିବାକୁ ଗଲେ ଆଡେନ ମାର୍କ୍ରାମ ୫୦ ରନ୍‌ କରିଥିବାବେଳେ, ଟ୍ରାଭିସ୍ ହେଡ୍ ୩୧ ରନ୍‌ ଓ ଅଭିଷେକ ଶର୍ମାଙ୍କ ଦମ୍‌ଦାର ୧୨ ବଲରେ ୩୭ ରନ୍‌ କରି ହାଇଦ୍ରାବାଦକୁ ବିଜୟୀ କରିଥିଲେ। ଅନ୍ୟପଟେ ଚେନ୍ନାଇ ପକ୍ଷରୁ ମୋଇନ୍ ଅଲି ୨ଟି ୱିକେଟ ନେଇଥିବା ବେଳେ ମହେଶ ଥିକଶାନା, ଦୀପକ ଚହର ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ପଞ୍ଚମରେ ରହିଥିବା ବେ‌ଳେ ଚେନ୍ନାଇ ତୃତୀୟରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button