ହାଇଡ୍ରୋସିଲ୍ ଅସ୍ତ୍ରାପଚାର ପାଇଁ ୬ ହଜାର ଲାଞ୍ଚ ନେଉଥିଲେ ଡାକ୍ତର, ମାଡ଼ିବସିଲା ଭିଜିଲାନ୍ସ – Kalinga News

[ad_1]
ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡା.ସୁପ୍ରିତ ସୌରଭ। ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରିଥିବା ବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଡା.ସୌରଭଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ସାଧନ ଥିବା ସତ୍ତ୍ବେ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଉନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ସାମାନ୍ୟ ହାଇଡ୍ରୋସିଲ୍ ଓ ହାର୍ଣ୍ଣିଆ ଅସ୍ତ୍ରୋପଚାର କରିବାକୁ ବି ଡାକ୍ତର କୁଣ୍ଠାବୋଧ କରୁଥିଲେ ବୋଲି ଅଭିଯୋଗ ହେଉଛି। ତେବେ ଲଖନପୁରରୁ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଆଜି ହେବ କାଲି ହେବ କହି ୬ ଦିନ ଯାଏ ହସ୍ପିଟାଲରେ ପକାଇ ରଖିଥିଲେ ଡା.ସୌରଭ। ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବାକୁ ରୋଗୀଙ୍କୁ କୁହାଯାଇଥିଲା। ରୋଗୀ ଆଜି ଟଙ୍କା ଆଣି ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ବଦଳି ଆଦେଶ ପରେ ଡା.ସୌରଭ ଅସ୍ତ୍ରୋପଚାର ଗୃହକୁ ଯାଇପାରିନଥିଲେ। ଏହାପରେ ତାଙ୍କ ଅନୁପସ୍ଥିତିରେ ଆଜି ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଡା.ସୌରଭ ରୋଗୀଙ୍କୁ ବେହେରାମାଲର ଶଙ୍କର ହୋଟେଲ ପାଖକୁ ଡାକି ଟଙ୍କା ମାଗିଥିଲେ। ଏନେଇ ରୋଗୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଅଭିଯୋଗ ଅନୁସାରେ, ସନ୍ଧ୍ୟା ସାଢ଼େ ୭ଟା ବେଳେ ରୋଗୀ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ଡାକ୍ତରଙ୍କୁ ମାଡ଼ି ବସିଥିଲା। ଅନ୍ୟ ଜଣେ ରୋଗୀ ଗୁରୁଦେବ ଗର୍ଡିଆ ମଧ୍ୟ ଡା.ସୌରଭଙ୍କ ବିରୋଧରେ ଆଜି ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ସେପଟେ, ଡା.ସୌରଭ ବୁର୍ଲା ବଡ଼ ଡାକ୍ତରଖାନାର ଶଳ୍ୟ ବିଭାଗର ପିଜି ଡାକ୍ତର ହୋଇଥିବା ବେଳେ ୨ବର୍ଷିଆ ଚୁକ୍ତିନାମାରେ ଝାରସୁଗୁଡ଼ାକୁ ଆସିଥିଲେ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକାଧିକ ଅଭିଯୋଗ ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଡିଏମ୍ଇଟିଙ୍କ ନିର୍ଦ୍ଦେଶକ୍ରମେ ଡା.ସୌରଭଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣିଥରେ ଭିମ୍ସାରକୁ ବଦଳି କରାଯାଇଥିଲା ବେଳେ ଆଜି ସକାଳୁ ତାଙ୍କୁ ରିଲିଭ୍ କରି ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଏମ୍ଏମ୍ ପଣ୍ଡା କହିଛନ୍ତି।
[ad_2]