ପରୀକ୍ଷା ଦେବା ପୂର୍ବରୁ ଘଣ୍ଟା ରଖିବାପାଇଁ ଯାଉଥିବା ବେଳେ ଟ୍ରକ ତଳେ ଗଲା ଛାତ୍ରଙ୍କ ଜୀବନ – Kalinga News
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ଦେବାକୁ ଯାଉଥିବା ବେଳେ ଟ୍ରକ ଧକ୍କାରେ ଜଣେ ଛାତ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତ୍ୟୁପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟଲୋକ ରାସ୍ତା ଅବରୋଧ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମହୋବା ଜିଲ୍ଲାର ଖନ୍ନା ଥାନା ଅଧୀନରେ ଥିବା କୁଲକୁଆଁ ଗ୍ରାମରେ ବସବାସ କରୁଥିବା ନରେଶ ତିୱାରୀଙ୍କ ୧୮ବର୍ଷୀୟ ପୁଅ ହିମାଂଶୁ ପରୀକ୍ଷା ଦେବା ପାଇଁ ମାନବ କଲ୍ୟାଣ ସେବା ସମିତି ଇଣ୍ଟର କଲେଜ ନହଦୋରାରେ ଯାଇ ପହଞ୍ଚିଥିଲେ।
କଲେଜ ଗେଟରେ ପ୍ରବେଶ ପୂର୍ବରୁ ହିମାଂଶୁଙ୍କ ହାତରେ ଘଣ୍ଟା ପିନ୍ଧିଥିବା ଦେଖି ସୁରକ୍ଷାକର୍ମୀ ତାହାକୁ ରଖି ଆସିବାକୁ କହିଥିଲେ। ଏହାପରେ ହିମାଂଶୁ ଘଣ୍ଟା ରଖିବା ପାଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଏହି ଟ୍ରକ ଚକା ତଳେ ଚାପି ହୋଇ ହିମାଂଶୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ହିମାଂଶୁଙ୍କ ମୃତଦେହକୁ ଜବତ କରି ଲୋକଙ୍କୁ ରାସ୍ତା ଅବରୋଧରୁ ଓହରି ଯିବାକୁ ବୁଝାଇଛି।
ମୃତକଙ୍କ ଦାଦା ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ‘ ହିମାଂଶୁ ଖୁବ ଭଲ ପାଠପଢ଼େ। ପାଠପଢ଼ି ଜଣେ ବଡ଼ ଅଧିକାରୀ ହେବାର ଲକ୍ଷ ସେ ରଖିଥିଲା। ପରୀକ୍ଷାର୍ଥୀଙ୍କ ଜିନିଷପତ୍ର ରଖିବା ପାଇଁ ପରୀକ୍ଷାକେନ୍ଦ୍ର ଭିତରେ କିଛି ବ୍ୟବସ୍ଥା ରହିବା କଥା। କିନ୍ତୁ ଏବ୍ୟବସ୍ଥା ପରୀକ୍ଷା କେନ୍ଦ୍ର ବାହାରେ କରାଯାଇଥିଲା।
ଯେଉଁ ସାମଗ୍ରୀଗୁଡ଼ିକୁ ନେଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ର ଭିତରକୁ ଯିବାର ଅନୁମତି ନଥିଲା ସେହି ସାମଗ୍ରୀଗୁଡ଼ିକୁ ରଖିବା ପାଇଁ ରାସ୍ତାର ଅପରପାର୍ଶ୍ବରେ ବ୍ୟବସ୍ଥା କରାଯାଇଥିଲା। ତେଣୁ ହିମାଂଶୁ ଯେତେବେଳେ ତାଙ୍କ ଘଣ୍ଟାକୁ ରଖିବା ପାଇଁ ରାସ୍ତା ଅତିକ୍ରମ କରି ଯାଉଥିଲା ଟ୍ରକ ଧକ୍କା ଦେଇଥିଲା। ଏହି ଧକ୍କାରେ ରାସ୍ତାରେ ହିଁ ତାର ପ୍ରାଣବାୟୁ ଉଡ଼ିଯାଇଥିଲା।
[ad_2]