ଦେଶ- ବିଦେଶ

ଫେସବୁକ ଲାଇଭବେଳେ ଗୁଳିର ଶିକାର ହେଲେ ନେତାଙ୍କ ପୁଅ – Kalinga News

[ad_1]

ମହାରାଷ୍ଟ୍ର : ଫେସବୁକ ଲାଇଭ ବେଳେ ଶିବସେନା ନେତାଙ୍କ ପୁଅକୁ ଗୁଳିକରି ହତ୍ୟା I ଉଦ୍ଧବ ଠାକରେ ଗୋଷ୍ଠୀର ନେତା ଅଭିଷେକ ଘୋସାଲକରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା I ଗୁଳିମାଡ଼ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ତେବେ ଲାଇଭ ବେଳେ ତାଙ୍କ ନିକଟରେ ବସିଥିବା ଯୁବକ ଅଭିଷେକଙ୍କୁ ଗୁଳି କରିଥିଲେ I ଗୁଳିମାଡ଼ ପରେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଏହି ଭୟଙ୍କର ଘଟଣା ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଛି I

ସୂଚନାନୁସାରେ,ଅଭିଷେକ ଘୋସାଲକର ହେଉଛନ୍ତି,ଶିବସେନା (ୟୁବିଟି) ବିନୋଦ ଘୋସାଲକରଙ୍କ ପୁଅ ଓ ପୂର୍ବତନ କର୍ପୋରେଟର I ସେ ଗତକାଲି ସନ୍ଧ୍ୟାବେଳେ ମୋୖରିସ ଭାଇଙ୍କ ସହିତ ଫେସବୁକ ଲାଇଭ ରେ ଆସିଥିଲେ I କିନ୍ତୁ କିଛି ସମୟ ପରେ ମୋୖରିସ ଭାଇ ଲାଇଭରୁ ଉଠି ଚାଲିଯାଇଥିଲେ I ଏହାପରେ ପୁଣି ଥରେ ଆସି ଅଭିଷେକଙ୍କୁ ଗୁଳି କରିଥିଲେ I ତାଙ୍କୁ ୪ ଥର ଗୁଳି କରାଯାଇଥିଲା I ଅଭିଷେକଙ୍କ ପେଟ ଓ ଛାତିରେ ଗୁଳି ବାଜିଥିଲା I ସେ ଏକ ଦେଶୀ ବନ୍ଧୁକରୁ ଅଭିଷେକଙ୍କ ଉପରକୁ ଗୁଳି ଚଳାଇବା ପରେ ନିଜେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି I ଅଭିଷେକଓ ମୋୖରିସଙ୍କ ମଧ୍ୟରେ ପାରସ୍ପରିକ ଶତ୍ରୁତା ରହିଥିଲା I ତେବେ ମୋୖରିସଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି I

ଏହାପୂର୍ବରୁ ମୁମ୍ବାଇର ଥାଣେରେ ବିଜେପି ବିଧାୟକ ଗଣପତି ଗାଏକୱାଡ଼,ପୋଲିସ ଷ୍ଟେସନରେ ଶିବସେନା ସିନ୍ଦେ ଦଳର ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ I

Banner 728 x 90 – Inline

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button