ରାଜନୀତି

୨୦୨୪ ସାଧାରଣ ନିର୍ବାଚନ: ଚଳିତ ମାସରେ ବିଜେପି ଜାରି କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଚଳିତ ମାସରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି। ସଂସଦର ବ‌ଜେଟ ଅଧିବେଶନ ପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ୧୭ ଓ ୧୮ ତାରିଖରେ ହେବ। ସୂତ୍ର ଅନୁସାରେ ବୈଠକ ପରେ ୨୦୧୯ ‌ଲୋକସଭା ନିର୍ବାଚନରେ ବିଜେପି ହାରିଥିବା ୧୪୪ଟି ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରାଯିବା ସମ୍ଭାବନା ରହିଛି। ବିରୋଧୀ ମେଣ୍ଟ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବା ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା ବିଜେପି ରଣନୀତିର ଏକ ଅଂଶ ବୋଲି ଅନୁମାନ କରାଯାଉଛି। ସୂତ୍ର ଅନୁସାରେ ବିଜେପି ବିହାର, ମହାରାଷ୍ଟ୍ର, ପଂଜାବ ଓ ଆନ୍ଧ୍ରପ୍ରଦେଶର କିଛି ଆସନକୁ ବାଦ ଦେଇ ୧୪୪ଟି ଆସନ ପାଇଁ ପ୍ରାର୍ଥୀଙ୍କର ତାଲିକା ପ୍ରସ୍ତୁତ କରିଛି। ଏଥିରେ ଓଡ଼ିଶାର କିଛି ଆସନ ରହିଥିବା ଚର୍ଚ୍ଚା ହେଉଛି। ଏଥି ସହିତ ରାଜ୍ୟସଭାର ୯୦ ପ୍ରତିଶତ ମନ୍ତ୍ରୀଙ୍କର ମଧ୍ୟ ଲୋକସଭା ନିର୍ବାଚନ ଲଢିବା ନେଇ ବିଜେପି ଆସନଗୁଡ଼ିକୁ ଚୂଡ଼ାନ୍ତ କରିସାରିଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button