ଅପରାଧ

ବାପା ଆଗରେ ୫ବର୍ଷର ପୁଅକୁ ମାରିଦେଲେ: କଟା ଗୋଡ଼ ଧରି ବୁଲିଲା ଅଭିଯୁକ୍ତ – Kalinga News

[ad_1]

ଡାବୁଗାଁ: ବାପା ସମ୍ମୁଖରେ ୫ବର୍ଷର ପୁଅକୁ ନିର୍ମମ ହତ୍ୟା। ହାତଗୋଡ଼କୁ ଖଣ୍ଡ ଖଣ୍ଡି କରି କାଟିବା ପରେ ଗାଁରେ ବୁଲିଲା ଅଭିଯୁକ୍ତ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଣ୍ଡାରା ଗାଁରେ ଆଜି ସକାଳେ ଏମିତି ଲୋମଟାଙ୍କୁରା ଘଟଣା ଘଟିଛି। ଅମାନୁଷିକ କାଣ୍ଡ କରିଥିବା ଅଭିଯୁକ୍ତ ଜଳ ସାନ୍ତା (୨୩ବର୍ଷ)କୁ ପୁଲିସ ଗିରଫ କରିଛି। କେଉଁ କାରଣରୁ ଅଭିଯୁକ୍ତ ନିଷ୍ପାପ ଶିଶୁକୁ ମାରିଲା ତାହା ସ୍ପଷ୍ଟ ‌ହୋଇପାରିନି। ମେଣ୍ଡରା ଗାଁର ପୂଜକ ସନାଧର ପୂଜାରୀ ଗାଁ ନିକଟସ୍ଥ ପାହାଡ଼ ଉପରେ ରହିଥିବା ସରଧେଶ୍ବର ମନ୍ଦିରକୁ ଆଜି ସକାଳେ ଯାଇଥିଲେ। ବାପା ମନ୍ଦିରକୁ ଯାଇଥିବା ଜାଣିବା ପରେ ୫ବର୍ଷର ପୁଅ ଚନ୍ଦନ ମଧ୍ୟ ମନ୍ଦିର ଯିବାକୁ ଘରେ ଅଳି କରିଥିଲା। ଜିଦ୍‌ ଯୋଗୁଁ ଅଜା ହରିଦାସ ନାତିକୁ ନେଇ ମନ୍ଦିରରେ ଛାଡ଼ିଥିଲେ। ସନାଧର ପୂଜାରେ ବ୍ୟସ୍ତ ରହିଥିବା ବେଳେ ମନ୍ଦିର ବାହାରେ ଚନ୍ଦନ ଏକୁଟିଆ ଖେଳୁଥିଲା। ସକାଳ ପ୍ରାୟ ୯ଟ‌ାରେ ସେହି ଗାଁର ଅଭିଯୁକ୍ତ ଜଳ ସାନ୍ତା ମନ୍ଦିରରେ ପହଞ୍ଚିଥିଲା। ହଠାତ୍‌ ଚନ୍ଦନକୁ ଠେଲି ଦେଇ ମୁଣ୍ଡ ଉପରେ ପଥର ଛେଚି ଦେଇଥିଲା। ପୁଅକୁ କଲବଲ କରି ମାରିବା ଦେଖି ସନାଧର ଚେତା ହରାଇଥିଲେ। ଅଭିଯୁକ୍ତ ଏହାପରେ ଚନ୍ଦନର ଡାହାଣ ହାତ ଓ ବାମ ଗୋଡ଼କୁ କାଟି ଦେଇଥିଲା। କଟା ଗୋଡ଼କୁ ଧରି ଗାଁ ଦାଣ୍ଡରେ ବୁଲିବା ସହ ନିଜ ଘରକୁ ଚାଲି ଯାଇଥିଲା। କିଛି ସମୟରେ ସନାଧରଙ୍କ ଚେତା ଆସିବାରୁ ବିକଳ ହୋଇ ଚିତ୍କାର କରିଥିଲେ। ଗ୍ରାମବାସୀ ପହଞ୍ଚିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଚନ୍ଦନ ନିସ୍ତେଜ ହୋଇ ପଡ଼ିଥିଲା। ସନାଧରଙ୍କ ଠାରୁ ଘଟଣା ସଂପର୍କରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ଚାଞ୍ଚଲ୍ୟକର ଖବର ପାଇବା ପରେ ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ନିଜେ ଏସ୍‌ପି ରୋହିତ ବର୍ମା, ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା। ଘଟଣାସ୍ଥଳରୁ ଚନ୍ଦନର ମୃତଦେହ ଜବତ କରାଯାଇଥିଲା। ଏହାପରେ ପୁଲିସ ଅଭିଯୁକ୍ତକୁ ଗାଁରୁ ଗିରଫ କରି ଥାନାକୁ ନେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button