ଅପରାଧ

ବନ୍ଧୁକ ଦେଖାଇ ପରିବହନ ସଂସ୍ଥାରୁ ୧୦ ଲକ୍ଷ ଲୁଟ୍: ଡ୍ରାଇଭର ବେଶରେ ଆସିଥିଲେ ଦୁର୍ବୃତ୍ତ – Kalinga News

[ad_1]

ରାଉରକେଲା /କୋଇଡା : ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅଧୀନସ୍ଥ ରାଇକେଲାରେ ଥିବା ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଓ ଟାଙ୍ଗିଆ ଦେଖାଇ ଏକ ପରିବହନ ସଂସ୍ଥା ନିକଟରୁ ପାଖାପାଖି ଦଶ ଲକ୍ଷ ଟଙ୍କା ( ୯,୩୫,୨୫୦ ଟଙ୍କା )ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସେମାନେ ଡ୍ରାଇଭର ବେଶରେ ଆସି ଲୁଟିବା ସମୟରେ ମୁଖା ପିନ୍ଧିଥିଲେ। ଏଥିରେ ପାଞ୍ଚ ଜଣ ଦୁର୍ବୃତ୍ତ ସାମିଲ ଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ ମାଇନିଂ ଲିମିଟେଡ ନିକଟରୁ ୯,୩୫,୨୫୦ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରେ ଟେନସା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button