କଏଦୀଙ୍କ ସହିତ ଗୁପ୍ତ ସମ୍ପର୍କ ରଖିଥିବା ମହିଳା ଜେଲ୍ ଗାର୍ଡଙ୍କୁ ଜେଲ୍ ଦଣ୍ଡାଦେଶ – Kalinga News

[ad_1]
ବର୍ମିଂହାମ୍ (ଇଂଲଣ୍ଡ୍): ଜେଲ୍ରେ ଜଣେ କଏଦୀଙ୍କ ସହିତ ଗୋପନରେ ଅନୈତିକ ସମ୍ପର୍କ ରଖିବା କାରଣରୁ ଗୁରୁବାର ଦିନ ଉକ୍ତ ଜେଲ୍ର ଜଣେ ମହିଳା ଗାର୍ଡ ବା ରକ୍ଷୀଙ୍କୁ ୧୬ ମାସ ଜେଲ୍ ଦଣ୍ଡାଦେଶ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରେ ଉଲ୍ଲେଖ ଅଛି, ଶାଇନା ବେଗମ୍ ନାମ୍ନୀ ବର୍ମିଂହାମ୍ ଅଞ୍ଚଳର ଜଣେ ବ୍ରିଟିସ୍ ୨୫ ବର୍ଷୀୟ ବ୍ରିଟିସ୍ ମହିଳା ସେଠାକାର ‘ହିଜ୍ ମାଜେଷ୍ଟିଜ୍ ପ୍ରିଜନ୍’ରେ (ଜେଲ୍) ଗାର୍ଡ ଚାକିରି କରନ୍ତି। ସେ ଜେଲ୍ରେ ବନ୍ଦୀ ଥିବା ଜୋଶୁଆ ମୁଲିଙ୍ଗ୍ସ୍ ନାମରେ ଜଣେ କଏଦୀଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ଥିଲା। ସେ ପୁରୁଷ କଏଦୀଙ୍କୁ ‘ସୁପର୍ଭାଇଜ୍’ କରୁଛି କହି ଶାଇନା ତାଙ୍କୁ ଜେଲ୍ର ନିରୋଳା ସ୍ଥାନକୁ ନେଉଥିଲେ ବୋଲି ୱେଷ୍ଟ୍ ମିଡ୍ଲାଣ୍ଡ୍ ପୁଲିସ କହିଛି।

ଜଣେ ସହକର୍ମୀଙ୍କ ସନ୍ଦେହ ଯୋଗୁଁ ଶାନିଆ ବେଗମ୍ଙ୍କର ଏଭଳି କାର୍ଯ୍ୟ ଲୋକଲୋଚନକୁ ଆସିପାରିଛି। ଜେଲ୍ ପରିସରରେ ଶାଇନା କ’ଣ କରୁଛନ୍ତି ସେ ଗୁପ୍ତରେ ତଦନ୍ତ କରୁଥିଲେ। ଜଣାପଡ଼ିଲା, ‘ବି’ ବର୍ଗର ଜେଲ୍ରେ ଥିବା ଆଲମାରି ମଧ୍ୟରେ ଶାଇନା ବେଗମ୍ ଓ କଏଦୀ ଜୋଶୁଆ ମୁଲିଙ୍ଗ୍ସ୍ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି।
ଜେଲ୍ ଅଧିକାରୀମାନେ ମଧ୍ୟ ଶାଇନାଙ୍କୁ ସନ୍ଦେହ କରି ଘଟଣା କ’ଣ ଜାଣିବାକୁ ଆଲମାରିରେ କ୍ୟାମେରା ଖଞ୍ଜିଲେ। ସେମାନେ ଅନେକ ଥର ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିବା କଥା ଉକ୍ତ କ୍ୟାମେରାରୁ ଜଣାପଡ଼ିଲା।
ସରକାରୀ କାର୍ଯ୍ୟାଳୟରେ ଅନୈତିକ କାର୍ଯ୍ୟ କରିଥିବାରୁ ୨୦୨୨ ଅକ୍ଟୋବର୍ ୩ରେ ଶାଇନାଙ୍କୁ ଗିରଫ କରାଗଲା। ବିଚାର ପରେ ଦୋଷୀ ସାବ୍ୟସ୍ତ କରାଯାଇ ଜାନୁଆରି ୧୧ରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି।
[ad_2]