ଖେଳ ଖବର

ଇଂଲଣ୍ଡ ବିପକ୍ଷ ୩ୟ ଓ ୪ର୍ଥ ଟେଷ୍ଟରେ ବି ଖେଳିବେ ନାହିଁ ବିରାଟ କୋହଲି – Kalinga News

[ad_1]

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିବେ। ଏପରିକି ୫ମ ଟେଷ୍ଟରେ ବି ସେ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ୍ରୀଡ଼ା ଖବର ପୋର୍ଟାଲ ଇଏସପିଏନ୍ କ୍ରିକଇନ୍ଫୋର ଏକ ରିପୋର୍ଟରେ ବିରାଟ କୋହଲି ଚୟନ ପାଇଁ ଉପଲବ୍ଧ ନୁହଁନ୍ତି ବୋଲି ଦାବି କରାଯାଇଛି। ଏହା ପୂର୍ବରୁ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ରୁ ଓହରି ଯାଇଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍ ପାଇଁ ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା। କିନ୍ତୁ ସିରିଜ୍ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ବିରାଟ କୋହଲି ଦଳରୁ ଓହରି ଯାଇଥିଲେ। ବିରାଟ କୋହଲି କାହିଁକି ଦଳବାହାରେ ଅଛନ୍ତି ସେ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବିସିସିଆଇ କହିଛି ଯେ ବିରାଟ କୋହଲିଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତା ପ୍ରତି ସମ୍ମାନ କରାଯାଉଛି । ତେବେ ଦଳରୁ ଓହରିବା ପୂର୍ବରୁ ବିରାଟ କୋହଲି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସହ କଥା ହୋଇଥିଲେ। କିନ୍ତୁ ବିରାଟ କୋହଲି ଦଳରେ ନ ରହିବାର କାରଣ କେହି ସ୍ପଷ୍ଟ କରିନାହାନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button