ଅପରାଧ

୧୬ କିଲୋ ହରିଣ ମାଂସ ଜବତ, ଅଭିଯୁକ୍ତ ଗିରଫ – Kalinga News

[ad_1]

ବୈପାରିଗୁଡ଼ା:୧୬ କିଲୋ ହରିଣ ମାଂସ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ବେଳେ କାବୁ କରିବାରେ ସଫଳ ହୋଇଛି ବୈପାରିଗୁଡ଼ା ବନବିଭାଗ। ସୂଚନା ଅନୁଯାୟୀ, ରାମଗିରି ଜଙ୍ଗଲରୁ ଗୋଟିଏ ହରିଣ ଶିକାର କରି ମାଂସ ବିକ୍ରି ଉଦ୍ଦେଶ୍ୟରେ ବୈପାରିଗୁଡା ଅଣାଯାଉଥିବା କୈାଣସି ସୂତ୍ରରୁ ବୈପାରିଗୁଡ଼ା ବନବିଭାଗ ଖବର ପାଇଥିଲା। ମାଦିଲିଖାଡି ଗ୍ରାମର ରାମଚନ୍ଦ୍ର ଦରାପୁଟିଆ(୩୦) ନାମକ ଯୁବକ ଏକ ବାଇକ୍ ଯୋଗେ ଗତକାଲି ଅପରାହ୍ନ ୪ଟା ବେଳେ ବୈପାରିଗୁଡା ଅଭିମୁଖେ ବାହାରିଥିଲା। ବୈପାରିଗୁଡ଼ା ବନବିଭାଗ ଶହୀଦ ଲକ୍ଷ୍ମଣ ନାୟକ ଜୁନିୟର କଲେଜ ନିକଟରେ ଛପି ରହିଥିଲେ। (ଓଡି ୧୦ ପି ୧୦୬୮) ନମ୍ବର ବିଶିଷ୍ଟ ବାଇକରେ ଯୁବକ ଆସୁଥିବା ବେଳେ ବନବିଭାଗ କାବୁ କରିଥିଲା।

ଯୁବକ ନିକଟରୁ ୧୬ କିଲୋ ହରିଣ ମାଂସ ଜବତ କରିବା ସହ ବାଇକ୍ ମଧ୍ୟ ଜବତ କରିଥିଲେ। ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀ ଚାଲାଣକାରୀକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ରାମଗିରି ଏବଂ ଗୁପ୍ତେଶ୍ୱର ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେଠାରେ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ରୁହନ୍ତି ଏବଂ ବହୁବାର ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ମାଂସ, ଚମଡ଼ା ବିକ୍ରି କରୁଥିବା ନଜିର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button