ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ୟେଦୁରପ୍ପାଙ୍କ ପ୍ରତିକ୍ରିୟା – Kalinga News
[ad_1]
ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ଜଣେ ମହିଳା ସଙ୍ଗୀନ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୮୧ବର୍ଷୀୟ ୟେଦୁରପ୍ପା ଜଣେ ୧୭ବର୍ଷର ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ପୀଡ଼ିତଙ୍କ ମା’ ବେଙ୍ଗାଲୁରୁର ସଦାଶିବନଗର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ୟେଦୁରପ୍ପାଙ୍କ ବିରୁଦ୍ଧରେ ୨୦୧୨(ପୋକ୍ସୋ) ଓ ଭାରତୀୟ ଦଣ୍ଡବିଧାନ ଆଇନ ଧାରା ୩୫୪(ଏ) ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ମୁଁ ଓ ମୋ ଝିଅ ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲୁ। ଏହି ସମୟରେ କିଛିଲୋକ ଆସି କାମ ଅଛି କହି ଝିଅକୁ ଡାକି ନେଇଥିଲେ। ଏହାପରେ ଗୋଟିଏ କଠୋରିରେ ତାକୁ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲେ। ଏହି କଠୋରିରୁ ବାହାରିବା ପରେ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା କହିଥିଲା।
ଝିଅ ଠାରୁ ଏକଥା ଶୁଣିବା ପରେ ୟେଦୁରପ୍ପାଙ୍କୁ ଭେଟି ଘଟଣା ବିଷୟରେ ପଚାରିବାରୁ ସେ କହିଥିଲେ, ‘ଝିଅକୁ ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ ଓ ଦୁଷ୍କର୍ମ ହୋଇଛି କି ନାହିଁ ତାହା ଡାକ୍ତରଖାନା ଯାଇ ପରୀକ୍ଷା କରାଇ ନିଅନ୍ତୁ।’
ଏଭଳି ମନ୍ତବ୍ୟର କିଛି ସମୟରେ ୟେଦୁରପ୍ପା ମୋତେ ଡାକି କ୍ଷମା ମାଗି ଏକଥା କାହାକୁ ନକହିବାକୁ ଅନୁରୋଧ ବି କରିଥିଲେ। ମହିଳାଙ୍କ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ବି.ଏସ୍ ୟେଦୁରପ୍ପା ସଫେଇ ଦେଇ କହିଛନ୍ତି, ‘ମହିଳା କାନ୍ଦିକାନ୍ଦି ସାହାଯ୍ୟ ପାଇଁ ମୋ ପାଖକୁ ଆସିଥିଲେ । ମୁଁ ତାଙ୍କ ସମସ୍ୟା ପଚାରି ବୁଝିବା ପରେ ପୁଲିସ କମିସନରଙ୍କୁ ଫୋନ କରି ଘଟଣା ବିଷୟରେ ଅବଗତ କରି ମହିଳାଙ୍କୁ ସାହାଯ୍ୟ କରିବାକୁ କହିଥିଲି। କିନ୍ତୁ ଆଶ୍ଚର୍ଯ୍ୟର କଥା କି ମହିଳା ମୋ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି। ଦେଖାଯାଉ ଆଗକୁ କ’ଣ ହେଉଛି।’
ୟେଦୁରପ୍ପା ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
[ad_2]