ମନୋରଞ୍ଜନ

ହ୍ରିତିକ-ଦୀପିକାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ: ‘ଫାଇଟର୍‌’କୁ ମିଳିଲା ଲିଗାଲ୍‌ ନୋଟିସ୍ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ନୂଆ ସିନେମା ‘ଫାଇଟର୍‌’ ଏବେ ବିବାଦ ଘେରକୁ ଆସିଛି। ଭାରତୀୟ ବାୟୁସେନା ୟୁନିଫର୍ମରେ ଏକ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ ବଢ଼ିଥିବା ବେଳେ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।
ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟ ଦୀପ୍‌ ଦାସ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନୋଟିସ ଜାରି କରି ଏହି ଦୃଶ୍ୟକୁ ବାୟୁସେନାର ଅପମାନ ବୋଲି କହିଛନ୍ତି। ଏହାର କାହାଣୀ ଜମ୍ମୁ-କଶ୍ମୀରରେ ନିୟୋଜିତ ଦୁଇ ଜଣ ଦକ୍ଷ ଲଢୁଆ ପାଇଲଟ (ହ୍ରିତିକ-ଦୀପିକା)ଙ୍କୁ ନେଇ ଆଧାରିତ। ଆତଙ୍କବାଦୀ ଆକ୍ରମଣ ପରେ ଘଟିଥିବା ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି। କାହାଣୀ ଆଗକୁ ବଢ଼ିବା ସହିତ ସେମାନେ ପ୍ରେମରେ ପଡ଼ିଯାଆନ୍ତି। ଗୋଟିଏ ଦୃଶ୍ୟରେ ସେମାନେ ବାୟୁସେନା ୟୁନିଫର୍ମ ପିନ୍ଧି ଓଠରେ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ୨୦୧୯ ପୁଲଓ୍ୱାମା ଆକ୍ରମଣ, ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ଏବଂ ୨୦୧୯ ଭାରତ-ପାକିସ୍ତାନ ସୀମା ସଂଘର୍ଷକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଗଢ଼ିଉଠିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button