ବ୍ୟକ୍ତିଗତ କାରଣ ପାଇଁ କାହାକୁ ନଜଣାଇ ବିବାହ କରିବାକୁ ପଡ଼ିଥିଲା – Kalinga News

[ad_1]
ନୂଆଦିଲ୍ଲୀ: ତାପସୀ ପନ୍ନୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫିର ଆଇ ହସିନ୍ ଦିଲରୁବା’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚା ଜୋର ଧରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଏପ୍ରିଲରେ ତାପସୀ ପନ୍ନୁଙ୍କ ଗୁପ୍ତ ବିବାହର ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଏହି ଅଭିନେତ୍ରୀ ୧୧ ବର୍ଷ ଡେଟିଂ ପରେ ଗତ ମାର୍ଚ୍ଚ ୨୩ରେ ବ୍ୟାଡମିଣ୍ଟନ ଖେଳାଳି ମେଥିୟାସ ବୋଙ୍କୁ ବିବାହ କରିଥିଲେ।
ନିକଟରେ ତାପସୀ ତାଙ୍କ ବିବାହକୁ ନେଇ କହିଛନ୍ତି,‘ମୋର କୌଣସି ଗୁପ୍ତ ବିବାହ ନୁହେଁ, ବ୍ୟକ୍ତିଗତ କାରଣ ପାଇଁ କାହାକୁ କିଛି ନଜଣାଇ ବିବାହ କରିବାକୁ ହୋଇଥିଲା।
ତାପସୀ ତାଙ୍କ ବିବାହରେ ଲାଲ ରଙ୍ଗର ଅନାରକଲି ପୋଷାକ ପିନ୍ଧିଥିଲେ । ଅଭିନେତ୍ରୀଙ୍କ ବିବାହ ଉଦୟପୁରରେ ହୋଇଥିଲା। |
ଅଭିନେତ୍ରୀ କହିଛନ୍ତି, “ମୋର ଚଳିତ ବର୍ଷ ଦୁଇଟି ଚଳଚ୍ଚିତ୍ର ରିଲିଜ୍ ହୋଇଛି, ‘ହସିନ୍ ଦିଲରୁବା ଏବଂ ଖେଲ ଖେଲ ମେଁ’ । ଗୋଟିଏ ରୋମାଣ୍ଟିକ ଥ୍ରିଲର ହୋଇଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଭାବେ କମେଡିରେ ଭରପୂର। ମୁଁ ଉଭୟ ଚଳଚ୍ଚିତ୍ରରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି।
[ad_2]




