ନୃଶଂସତାର ସୀମା ଟପିଲା ବୋହୂ : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ ଫିଙ୍ଗି ଦେଲା କେନାଲକୁ – Kalinga News
[ad_1]
ସମ୍ବଲପୁର (କେନ୍ୟୁଜ): କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ବଲପୁରରୁ ଆସିଛି ଏହିପରି ଏକ ହୃଦୟ ବିଦାରକ ଘଟଣା । ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲଙ୍କୁ ଫିଙ୍ଗି ଦେଲା ବୋହୂ। ସ୍ବାମୀକୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାରେ ବୁର୍ଲା ପୋଲିସ ବୋହୁ ସବିତା ଭୁଏଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଳାଣ କରିଥିବାବେଳେ ଶାଶୁ ଲୟ ଭୁଏ ଭୀମସାରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରହନ୍ତି । ତେବେ ବୋହୂକୁ ଖାଇବା ମାଗିଥିଲେ ଶାଶୁ । ହେଲେ ଝଗଡା କରିବା ସହ ବୋହୂ ଜଣକ ପ୍ରଥମେ ସ୍ବାମୀ ରାଧେଶ୍ଯାମକୁ କବାଟ କିଳି ଦେଇଥିଲେ । ପରେ ଶାଶୁର ପାଟି ଚିପି ସ୍ଥାନୀୟ ଚିପିଲିମା କେନାଲରେ ଫୋଫାଡି ଦେଇଥିଲେ । ତେବେ ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଛି।
The post ନୃଶଂସତାର ସୀମା ଟପିଲା ବୋହୂ : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ ଫିଙ୍ଗି ଦେଲା କେନାଲକୁ appeared first on KNews Odisha.
[ad_2]