ମନୋରଞ୍ଜନ

ପରିବେଶ ସୁରକ୍ଷାରେ ଦୀୟା – Kalinga News

[ad_1]

ବଲିଉଡ୍ ଅଭିନେତ୍ରୀ ଦୀୟା ମିର୍ଜା ସଂପ୍ରତି ଅଭିନୟ କ୍ଷେତ୍ରରେ ବି‌‌ଶେଷ ସକ୍ରିୟ ନାହାନ୍ତି, କିନ୍ତୁ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଚର୍ଚ୍ଚାରେ ରହିଛନ୍ତି। ବିବିସି ପକ୍ଷରୁ ଜାରି ବିଶ୍ବର ୧୦୦ ଶ୍ରେଷ୍ଠ ମହିଳାଙ୍କ ସୂଚୀରେ ଯେଉଁ ୪ ଜଣ ଭାରତୀୟ ସ୍ଥାନ ପାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଦୀୟା। ‘ନର୍ମଦା ବଞ୍ଚାଅ ଆନ୍ଦୋଳନ’କୁ ସେ ଅଭିନେତା ଅମିର ଖାଁଙ୍କ ସହିତ ମିଶି ସାର୍ବଜନୀନ ଭାବେ ସମର୍ଥନ କରି ଆଲୋଚନାର ପରିସରକୁ ଆସିଥିଲେ। ଏଥିସହିତ, ପ୍ରାଣୀଙ୍କ ଉପରେ ନୂତନ ଔଷଧର ପରୀକ୍ଷା ଉପରେ ନିଷେଧାଦେଶ ପାଇଁ ଆନ୍ଦୋଳନ କରୁଥିବା ‘ଦି ବଡି ସୋପ୍‌’କୁ ମଧ୍ୟ ଦୀୟା ସମର୍ଥନ କରିଥିଲେ। ସେ ଲକ୍ଷ୍ନୌସ୍ଥିତ ‘ପ୍ରିନସ ଅଫ ‌ୱାଲେଜ୍‌ ଜୁଲୋଜିକାଲ ପାର୍କ’ରେ ଦୁଇଟି କଲରାପତ୍ରିଆ ଶାବକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏଥିସହ ‘ପେଟା’ ଓ ‘କ୍ରାଏ’ ଭଳି ପ୍ରତିଷ୍ଠିତ ପରିବେଶ ସୁରକ୍ଷା ସଂଗଠନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଦୀୟା ଜଡ଼ିତ ରହିଛନ୍ତି।

ସେ ଲକ୍ଷ୍ନୌସ୍ଥିତ ‘ପ୍ରିନସ ଅଫ ‌ୱାଲେଜ୍‌ ଜୁଲୋଜିକାଲ ପାର୍କ’ରେ ଦୁଇଟି କଲରାପତ୍ରିଆ ଶାବକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏଥିସହ ‘ପେଟା’ ଓ ‘କ୍ରାଏ’ ଭଳି ପ୍ରତିଷ୍ଠିତ ପରିବେଶ ସୁରକ୍ଷା ସଂଗଠନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଦୀୟା ଜଡ଼ିତ ରହିଛନ୍ତି।

ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ମିସନର ଯୁବ ଶାଖା ସ୍ବଚ୍ଛ ସାଥୀ କାର୍ଯ୍ୟକ୍ରମ ଲାଗି ତାଙ୍କୁ ଆମ୍ବାସାଡର୍‌ ଚୟନ କରାଯାଇଛି। ‌ଜଣେ ଆମ୍ବାସାଡର୍‌ ଭାବେ ସେ ସଚେତନତା ଅଧିବେଶନ, ସାମୂହିକ ସଫେଇ କାର୍ଯ୍ୟକ୍ରମ ଓ ମୋଟିଭେସନାଲ ଭିଡିଓ ଜରିଆରେ ସମଗ୍ର ଦେଶର ସ୍କୁଲ ଓ କଲେଜ ଶିକ୍ଷାର୍ଥୀମାନଙ୍କ ସହିତ ଭାବ ବିନିମୟ କରୁଛନ୍ତି। ସେ ଭାରତ ପାଇଁ ‘ଜାତିସଂଘ’ର ଗୁଡଉଇଲ୍‌ ଆମ୍ବାସାଡର୍‌ ନିଯୁକ୍ତ ହୋଇ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୭ରେ ତାଙ୍କୁ ‘ୱାଇଲ୍‌ଡଲାଇଫ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା ଓ ଏହି ସଙ୍ଗଠନର ‘କ୍ଲବ୍‌ ନେଚର୍‌ ଇନିସିଏଟିଭ୍‌’ର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ଦୀର୍ଘ ଏକ ଦଶନ୍ଧି ଧରି ପରିବେଶ ସୁରକ୍ଷା ଲାଗି କାର୍ଯ୍ୟ କରିଆସୁଥିବା ଦୀୟାଙ୍କୁ ବିଭିନ୍ନ ଜାତୀୟ-ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button